ବିଜେଡିରେ ଯୋଗଦେଲେ ଦେବଗଡ଼ ଜିଲ୍ଲା ବିଜେପି ସଭାପତି

Advertisment
ବିଜେଡିରେ ଯୋଗଦେଲେ ଦେବଗଡ଼ ଜିଲ୍ଲା ବିଜେପି ସଭାପତି

ଦେବଗଡ଼ : ବିଜେଡିରେ ମିଶିଲେ ଦେବଗଡ଼ ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ। ଗୁରୁବାର ଭୁବନେଶ୍ବରରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେବା କଥା କହିଛନ୍ତି।

ଉକ୍ତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ, ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଅମରେଶ ଜେନା, ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ପ୍ରଧାନ ଦୀର୍ଘବ‌ର୍ଷ ହେଲା ବିଜେପି ସହିତ ଜଡ଼ିତ ଥିବାବେଳେ ଗତ ପ୍ରାୟ ବର୍ଷେ ହେବ ଜିଲ୍ଲା ବିଜେପି ସଭାପତି ଦାୟିତ୍ବରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe