Advertisment

ଦେବଗଡ଼: ବଡ଼ଭାଇ ଗୁଳି ଚୋଟରେ ସାନଭାଇ ନିହତ

Advertisment
ଦେବଗଡ଼: ବଡ଼ଭାଇ ଗୁଳି ଚୋଟରେ ସାନଭାଇ ନିହତ

ଦେବଗଡ଼: ଗୁରୁବାର ରାତ୍ରୀରେ ଏସ୍‌ପିଙ୍କ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ନିକଟରେ ଥିବା ଗୋଟିଏ ଘରେ ଜଣେ ବଡ଼ ଭାଇ ତାଙ୍କ ସାନଭାଇକୁ ଗୁଳି ମାରି ହତ୍ୟା କରିଛନ୍ତି।

ମୃତ ସାନଭାଇ ହେଉଛନ୍ତି ୨୮ ବର୍ଷିୟ ରାଜେନ୍ଦ୍ର ବଳୁଆ। କୌଣସି ଘଟନାକୁ ନେଇ ଗତ ରାତି ପ୍ରାୟ ୧୧ଟା ସମୟରେ ରାଜେନ୍ଦ୍ର ଓ ତାଙ୍କର ବଡ଼ଭାଇ ସଚ୍ଚିଦାନନ୍ଦଙ୍କ ମଧ୍ୟରେ ବିବାଦ ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ସଚ୍ଚିଦାନନ୍ଦ ଗୋଟାଏ ଦେଶୀ ପିସ୍ତଲ୍‌ରେ ରାଜେନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି କୁହାଯାଉଛି।

ଘର ପଛପଟେ ରାଜେନ୍ଦ୍ରଙ୍କ ଶବ ପଡ଼ିଥିବା ଦେବଗଡ଼ ପୁଲିସ ଦେଖିଛି। ଖବର ପାଇ ଏସ୍‌ପି ଅନୁପମା ଜେମ୍‌ସ୍‌ ଏବଂ ଅତିରିକତ ଏସ୍‌ପି ରବି ନାରାୟଣ ସି ମଧ୍ୟ ଘଟନାସ୍ଥକୁ ଆସିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ଆସିବା ପରେ ଘଟନାସ୍ଥଳରୁ ରାଜେନ୍ଦ୍ରଙ୍କ ଶବ ଉଠାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ।

ରାଜେନ୍ଦ୍ରଙ୍କୁ ହତ୍ୟା କରିବା ପରେ ବଡ଼ଭାଇ ସଚ୍ଚଦାନନ୍ଦ ଘରୁ ଫେରାର ହୋଇ ଯାଇଛନ୍ତି। ବର୍ତ୍ତମାନ ଘରେ ତାଙ୍କର ଶଯ୍ୟାଶାୟୀ ମାଆ ଛଡ଼ା ଅନ୍ୟ କେହି ନାହାନ୍ତି। ଗୁଳି ଚଳା ଯାଇଥିବା ପିସ୍ତଲଟି ମଧ୍ୟ ପୁଲିସ ପାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe