Advertisment

କରୋନା ସତର୍କତା: ଦେବଗଡ଼ରେ ସୁରଟ ଫେରନ୍ତାଙ୍କୁ ଆଇସୋଲେସନ ସେଣ୍ଟରରେ ରଖାଗଲା

Advertisment
କରୋନା ସତର୍କତା: ଦେବଗଡ଼ରେ ସୁରଟ ଫେରନ୍ତାଙ୍କୁ ଆଇସୋଲେସନ ସେଣ୍ଟରରେ ରଖାଗଲା

ଦେବଗଡ଼:କରୋନା ସତର୍କତା  ଲାଗି ଦେବଗଡ଼ରେ ସୁରଟ ଫେରନ୍ତାଙ୍କୁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଇସୋଲେସନ ସେଣ୍ଟରରେ ରଖାଯାଇଛି।

ସୂଚନା ଅନୁସାରେ ସକାଳୁ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ ଅନ୍ତର୍ଗତ କଣ୍ଟାପାଲି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିବା ଶ୍ରମିକମାନେ ନିଜ ଗ୍ରାମକୁ ଫେରିଛନ୍ତି। ସକାଳୁ ପ୍ରାୟ ୭ଜଣ ସୁରଟ ଫେରନ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ ସେମାନଙ୍କ ପଞ୍ଚାୟତ ମୁଖ୍ୟାଳୟ ଠାରେ ଖୋଲା ଯାଇଥିବା  ଆଇସୋଲେସନ ସେଣ୍ଟରକୁ ୧୪ ଦିନିଆ ଅବଜରଭେସନ ପାଇଁ ପଠାଇ ଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେବଗଡ଼ ଜିଲ୍ଲାରେ ବାହାର ରାଜ୍ୟରୁ ଆସିଥିବା ଦେଢ଼ଶହରୁ ଊର୍ଦ୍ଧ୍ବ ବ୍ୟକ୍ତି ପଞ୍ଜିକୃତ କରିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ୨୦୦ ପାଖାପାଖି ପହଞ୍ଚିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe