tathya.in
ଭୁବନେଶ୍ବର: ଥାନା ଓ ଡାକ୍ତରଖାନା ଭଳି ମୋ ସରକାରରେ ସାମିଲ ହୋଇଛି କୃଷି ବିଭାଗ। ସରକାରୀ ଯୋଜନାରେ ଚାଷୀ ଲାଭ ପାଉଛନ୍ତି ନା’ ନାହିଁ ? ବିଭାଗର କାମକୁ ନେଇ ଚାଷୀ କେତେ ସନ୍ତୁଷ୍ଟ? କ’ଣ କଲେ ଚାଷୀ ଉପକୃତ ହେବେ ? ଏନେଇ ସିଧାସଳଖ ଚାଷୀଙ୍କ ସହ କଥା ହୋଇ ମତାମତ ନେବେ ରାଜ୍ୟ ସରକାର। ଏମିତି କି ମୁଖ୍ୟମନ୍ତ୍ରୀ ନିଜେ ଚାଷୀଙ୍କୁ ଫୋନ୍ କରି ଚାଷୀଙ୍କ ସୁବିଧା-ଅସୁବିଧା ବୁଝିବେ।
ଏହି କ୍ରମରେ, ଯଦି ଚାଷୀଙ୍କ ପ୍ରତିକ୍ରିୟା ଭଲ ରୁହେ, ତେବେ କୃଷି ବିଭାଗର କର୍ମଚାରୀଙ୍କୁ ପ୍ରଶଂସା ପତ୍ର ମିଳିବା ସହ ପ୍ରୋତ୍ସାହନ ମିଳିବ। ଆଉ ଯଦି ଚାଷୀଙ୍କ ପ୍ରତିକ୍ରିୟା ନକରାତ୍ମକ ରୁହେ, ତେବେ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ତେବେ ଏହାର ମୂଳ ଲକ୍ଷ୍ୟ ହେଉଛି :
-ଚାଷୀ ସମସ୍ୟା ବୁଝିବା ସହ ସମସ୍ୟାର ସମାଧାନ ପାଇଁ ଚାଷୀଙ୍କ ମତାମତ ନିଆଯିବ
-ସରକାରୀ ଯୋଜନାରେ ଚାଷୀ ଲାଭ ପାଉଛନ୍ତି ନା’ ନାହିଁ ସେ ସଂପର୍କରେ ଆଲୋଚନା ହେବ
-କୃଷି ବିଭାଗର ୨୦ଟି ଯୋଜନା କେମିତି ଚାଷୀଙ୍କ ପାଖରେ ପହଂଚିବ ସେ ଦିଗରେ ପଦକ୍ଷେପ ନିଆଯିବ
-ଚାଷୀଙ୍କ ଆୟ ଦୁଇଗୁଣ ବୃଦ୍ଧି ସହ ଜଳସେଚନ ପାଇଁ ପୋଖରୀ ଖନନର ବ୍ୟବସ୍ଥା କରାଯିବ
-୫ ବର୍ଷରେ ଚାଷୀଙ୍କ ପାଇଁ ୫ଲକ୍ଷ ପୋଖରୀ ଖନନ କରାଯିବ
- କୃଷି କର୍ମଚାରୀଙ୍କ ଦକ୍ଷତା ନିରୂପଣ କରାଯିବ
-ଲାଇଭ୍ କଲ ସେଂଟର ଜରିଆରେ ଚାଷୀଙ୍କ ସହ କଥା ହେବେ ସରକାର
-କାଳିଆ ଯୋଜନା ପାଇଁ ଗ୍ରିଭେନ୍ସ ପୋର୍ଟାଲ ଖୋଲାଯିବ
NDTV.comତେବେ ଚାଷୀ କଲ୍ୟାଣ ନେଇ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ କେବଳ ପ୍ରହସନ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ଯଦି ଚାଷୀଙ୍କ ପାଇଁ ସରକାରଙ୍କ ମନରେ ଏତେ ଦରଦ, ତେବେ ପଶ୍ଚିମ ଓଡ଼ିଶାରେ ଚାଷୀ କେମିତି ଧାନ ବିକ୍ରି କରିପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ।
ସେହିପରି ଫାଇଭ-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ। ଏଥିପାଇଁ ଯୋଜନା ଓ ସଂଯୋଜନା ବିଭାଗକୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ। ଫାଇଭ-ଟି ଲାଗୁ ହେବା ପରେ ଅଧ୍ୟାପକଙ୍କ ଉପସ୍ଥାନ ସାତ ଘଂଟା ବାଧ୍ୟତାମୂଳକ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରସିପ ପରିଷଦ ଗଠନ ହେବ। ଲ୍ୟାପଟପ ବାଂଟିବା ଲାଗି ରାଜ୍ୟସ୍ତରୀୟ ବଦଳରେ ଜିଲ୍ଲା ଓ ବ୍ଲକସ୍ତରୀୟ ମେଧାବୀ ତାଲିକା ବଛା ଯାଇ ଲ୍ୟାପଟପ ବଂଟାଯିବ। ଏସଏମଏସ ଓ ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀ ଫିଡବ୍ୟାକ୍ ପଠାଇପାରିବେ। ବିଶ୍ୱବିଦ୍ୟାଳୟ ସ୍ତରରେ କ୍ୟାରିୟର କାଉନସେଲିଂ ସେଲକୁ ସୁଦୃଢ କରାଯିବ। ଏବଂ ମୋ ସ୍କୁଲ ଭଳି ମୋ କଲେଜ ପ୍ରତିଷ୍ଠା ହେବ।
Follow Us