ତପୁଙ୍କ ଚିକିତ୍ସା ପାଇଁ ଲକ୍ଷେ ଟଙ୍କା ଦେବ ସଂସ୍କୃତି ବିଭାଗ

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ, କରୋନାରୁ ମୁକୁଳିବା ପରେ ଫୁସଫୁସ୍‌ ସଂକ୍ରମିତ

ଭୁବନେଶ୍ବର : ଓଡ଼ିଶାର ସ୍ବନାମଧନ୍ୟା କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି। ତାଙ୍କ ଚିକିତ୍ସା ପାଇଁ ଆଜି ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। କଳାକାର କଲ୍ୟାଣ ପାଣ୍ଠିରୁ ଏହି ଟଙ୍କା ମଞ୍ଜୁର ହୋଇଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ୨୮ ଦିନ ତଳେ କରୋନା ଆକ୍ରାନ୍ତ ହୋଇ ତପୁ ସ୍ପର୍ଶ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ସମ୍‌ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ କରୋନାମୁକ୍ତ ହୋଇଥିଲେ ହେଁ କରୋନା ଯୋଗୁଁ ତାଙ୍କର ୭୫% ଫୁସ୍‌ଫୁସ୍‌ ସଂକ୍ରମିତ ହୋଇସାରିଛି। ଏବେ ତାଙ୍କ ଶରୀରର ଅମ୍ଲଜାନ ସ୍ତର ହ୍ରାସ ପାଉଥିବା ବେଳେ ଅବସ୍ଥା ସଂକଟାପନ୍ନ ରହିଛି। ଏଣୁ ଡାକ୍ତର ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ଏକ୍‌ମୋ ଚିକିତ୍ସା ପାଇଁ ପରାମର୍ଶ ଦେଇପାରନ୍ତି।

ତେବେ ତପୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଚାହୁଥିବା ସହୃଦୟ ବ୍ୟକ୍ତି ତାଙ୍କ ଭଉଣୀ ଧ୍ରୁତିଦୀପା ମିଶ୍ରଙ୍କ ଆକାଉଣ୍ଟ ନମ୍ବର ୯୨୧୦୧୦୦୨୦୩୦୨୪୯୧ (ଆଇଆଇଏମ୍‌ସି- ୟୁଟିଆଇବି ୦୦୦୦୦୨୪; ଏମ୍‌ଆଇସିଆର୍‌ - ୭୫୧୨୧୧୦୦୨)ରେ କିମ୍ବା ଆକ୍ସିସ୍‌ ବ୍ୟାଙ୍କ ୟୁପିଆଇ ଆଇଡି - ୮୨୪୯୪୮୯୦୦୪ରେ ସିଧାସଳଖ ଅର୍ଥ ପଠାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe