ସ୍ୱାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ

ସ୍ୱାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ

ବୀରମିତ୍ରପୁର: ବୀରମିତ୍ରପୁର ସହରରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା ବିଭାଗ ଓ ପୁଲିସର ମିଳିତ ଚଢ଼ାଉ କରାଯାଇଛି। ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଦୋକାନ ଗୁଡ଼ିକରେ ଚାଲିଥିବା ଖୁଲମଖୁଲା ନିଶାଦ୍ରବ୍ୟ ଗୁଟ୍‌ଖା, ତମ୍ବାଖୁ ବିକ୍ରି ଓ ହୋଟେଲ ଉପରେ ଅଚାନକ ଚଢ଼ାଉ କରି ହୋଟେଲ ଗୁଡ଼ିକର ଆନୁସଙ୍ଗିକ ବ୍ୟବସ୍ଥା, ତିଆରି ଖାଦ୍ୟର ମାନ, ପରିବେଷଣର ପରିବେଶ, ପରିଷ୍କାର ପରିଚ୍ଛନ୍ନତା ଓ ବହୁଦିନର ଫ୍ରିଜିଂ କଞ୍ଚାମାଲ ଗୁଡିକର ମାନ ଯାଞ୍ଚ କରିଥିଲେ।

ସହରରେ ପ୍ରାୟ ୩୦ରୁ ଅଧିକ ସ୍ଥାନରେ ଚଢ଼ଉ କରାଯାଇ ନିଶାଦ୍ରବ୍ୟ ବିକ୍ରି କରୁଥିବା ଦୋକାନୀଙ୍କ ଠାରୁ ୩୬୦୦ ଓ ହୋଟେଲ ବ୍ୟବସାୟୀଙ୍କ ଠାରୁ ୨୮,୫୦୦ ଜରିମାନା ଆଦାୟ କରାଯାଇଥିଲା।ଏହି ଚଢ଼ଉରେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତାପରୁଦ୍ର ମଣ୍ଡଳ, ବୀରମିତ୍ରପୁର ଖାଦ୍ୟ ନିରୀକ୍ଷକ ମୋନାଲି ବେହେରା, ରାଜଗାଙ୍ଗପୁର ଖାଦ୍ୟ ନିରୀକ୍ଷକ କୁନ୍ଦନ ଲୋହାର, ଜିଲ୍ଲା ତମ୍ବାଖୁ କଣ୍ଟ୍ରୋଲ ପୋଗ୍ରାମର ସ୍ୱପ୍ନଜିତ ମହାନ୍ତିଙ୍କ ସହ ବୀରମିତ୍ରପୁର ଥାନା ଏସଆଇ ବିଜୟ ଦେହୁରୀ, ସାଜନ କୁମାର, ଅବକାରି ଅଧିକାରୀ ବାବୁରି ଦାଶ ପୁଲିସ୍ ଦଳ ସହ ଉପସ୍ଥିତ ଥିଲେ।

ଅଧିକାଂଶ ବ୍ୟବସାୟୀଙ୍କ ନିକଟରେ ଫୁଡ଼ ଲାଇସେନ୍ସ ନ ଥିବାବେଳେ ବ୍ୟବସାୟୀମାନଙ୍କୁ ଫୁଡ୍‌ ଲାଇସେନ୍ସ କରିବାକୁ ଚେତାବନୀ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe