ଏନ୍‌ଏସ୍‌ଏସ୍‌ ତଥ୍ୟ ମାଗିଲା ଉଚ୍ଚଶିକ୍ଷା ବିଭାଗ

ଉଚ୍ଚଶିକ୍ଷା ବିଭାଗର କାରନାମା: ଅଧ୍ୟାପିକାଙ୍କ ପୂର୍ଣ୍ଣ ଦରମା ପାଇଁ ମାମଲା ବି ବଦଳିଗଲା

dhe odisha

ଭୁବ‌ନେଶ୍ୱର : ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ଏନ୍‌ଏସ୍‌ଏସ୍‌ ୟୁନିଟ୍‌ ତଥ୍ୟ ମାଗିଛି ଉଚ୍ଚଶିକ୍ଷା ବିଭାଗ। କେଉଁ ଜିଲ୍ଲାର କେତେ କଲେଜରେ ୟୁନିଟ୍‌ ରହିଛି, ତା’ର ତାଲିକା ପ୍ରଦାନ ସହ ଏନ୍‌ଏସ୍‌ଏସ୍‌ ଅଧିକାରୀଙ୍କର ନାମ, ଫୋନ୍‌ ନମ୍ବର, ଇ-ମେଲ ଆଇଡି ଆଦି ପ୍ରଦାନ କରିବାକୁ କୁହାଯାଇଛି। ପୂର୍ବରୁ ଏନେଇ ବିଭାଗ ପକ୍ଷରୁ ତଥ୍ୟ ମଗାଯାଇଥିଲେ ମଧ୍ୟ କୌଣସି ରିପୋର୍ଟ ପ୍ରଦାନ କରାଯାଇନି। ତେଣୁ ଆସନ୍ତା ୧୫ତାରିଖ ସୁଦ୍ଧା ସବିଶେଷ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। ସେହିପରି ଗତ ମାର୍ଚ୍ଚ ୨୦ରୁ ଏଯାବତ୍‌ ୟୁନିଟ୍‌ ପକ୍ଷରୁ କ’ଣ କାର୍ଯ୍ୟକ୍ରମ କରାଯାଇଛି, ତାହାର ରିପୋର୍ଟ ଦେବାକୁ କୁହାଯାଇଛି। ଏଥିସହ ୨୦୨୦-୨୧ ଶିକ୍ଷାବର୍ଷର ବାର୍ଷିକ ରିପୋର୍ଟ, ୨୦୧୯-୨୦ ଶିକ୍ଷାବର୍ଷର ବିନିଯୋଗ ପ୍ରମାଣପତ୍ର ଓ ୨୦୨୧-୨୨ ଶିକ୍ଷାବର୍ଷରେ କେତେ ସ୍ବେଚ୍ଛାସେବୀ ପଞ୍ଜୀକୃତ ହୋଇଛନ୍ତି, ତା’ର ତଥ୍ୟ ୧୫ ତାରିଖ ସୁଦ୍ଧା ଦେବାକୁ ଉଚ୍ଚଶିକ୍ଷା ବିଭାଗ ଉପ ସଚିବ ସୁରେଖା ସୁନ୍ଦରୀ ସ୍ବାଇଁ ସମସ୍ତ ବିଶ୍ବବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋ ସଂଯୋଜକଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe