ମହିଳା ଓ ଶିଶୁ ବିକାଶ ବିଭାଗର ବାତ୍ୟା ପ୍ରସ୍ତୁତି: ଆସନ୍ନ ପ୍ରସବା ମହିଳାଙ୍କୁ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯିବ

Advertisment
ମହିଳା ଓ ଶିଶୁ ବିକାଶ ବିଭାଗର ବାତ୍ୟା ପ୍ରସ୍ତୁତି: ଆସନ୍ନ ପ୍ରସବା ମହିଳାଙ୍କୁ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯିବ

Medium

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିସନ୍ ଶକ୍ତି ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଶନିବାର ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଏକ ଭର୍ଚୁଆଲ୍‌ ବୈଠକରେ ସ୍ଥିତିର ସମୀକ୍ଷା କରିଥିଲେ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତ କୋଭିଡ୍‌ ପ୍ରୋଟୋକଲ୍‌ ପାଳନ ସହ ଆସନ୍ନପ୍ରସବା ମହିଳାମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯିବ। ଅଙ୍ଗନବାଡ଼ି କର୍ମୀମାନେ ବାତ୍ୟା ଆଶ୍ରୟସ୍ଥଳ ଓ ରିଲିଫ୍‌ ଶିବିରକୁ ନିୟମିତ ଭାବେ ପରିଦର୍ଶନ କରିବେ। ଗର୍ଭବତୀ, ଆସନ୍ନ ପ୍ରସବା, ଅତିଶୟ ପୁଷ୍ଟିହୀନ ଶିଶୁ, କମ୍ ଓଜନ ବିଶିଷ୍ଟ ଶିଶୁମାନଙ୍କର ଆଶାକର୍ମୀ ଓ ଏଏନ୍‌ଏମ୍‌ମାନଙ୍କ ସହାୟତାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ବାତ୍ୟା ଆଶ୍ରୟ ସ୍ଥଳୀରେ ଘରକୁ ଦିଆଯାଉଥିବା ଶୁଖିଲା ରାସନ୍, ଫାଷ୍ଟଏଡ୍‌ ଏବଂ ଔଷଧ କିଟ୍‌ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ରଖିବା ସହ ଅଙ୍ଗନବାଡ଼ି କେନ୍ଦ୍ର/ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ଦ୍ବାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନ ସ୍ବଧାର ଓ ଉଜ୍ଜ୍ବଳା ଗୃହଗୁଡ଼ିକରେ ମଧ୍ୟ ଏହିସବୁ ସାମଗ୍ରୀ ଉପଲବ୍ଧ ହେବ।

ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ଶିଶୁମାନଙ୍କୁ ୨୫ ତାରିଖ ମଧ୍ୟରେ ଶୁଖିଲା ରାସନ୍ ଏବଂ ଅଣ୍ଟା ବଣ୍ଟନ କରାଯିବ ଯଥାସାଧ୍ୟ ଉଦ୍ୟମ କରାଯିବ। ଏଥି ପାଇଁ ପ୍ରତି ମାସର ୨୩ ତାରିଖରେ ହେଉଥିବା ଛତୁଆ ମିଶ୍ରଣ କାର୍ଯ୍ୟକୁ ଚଳିତ ମାସର ୨୨ ତାରିଖ ଦିନ ଶେଷ କରାଯାଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ, ସ୍ବଧାର ଏବଂ ଉଜ୍ଜ୍ବଳା ଗୃହରେ ରହୁଥିବା ଅନ୍ତେବାସୀମାନେ ବିପଦମୁକ୍ତ କୋଠାବାଡ଼ିରେ ରହିବାକୁ କ୍ଷେତ୍ର ଅଧିକରୀମାନେ ସୁନିଶ୍ଚିତ କରିବେ। କୋଭିଡ୍‌-୧୯ର ଅନ୍ୟାନ୍ୟ ସମସ୍ତ ସୁରକ୍ଷା ପ୍ରୋଟୋକଲ୍‌କୁ ପାଳନ କରିବା ପାଇଁ ମଧ୍ୟ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରସ୍ତୁତିକୁ ବିଶେଷ ଗୁରୁତ୍ବ ଦିଆଯିବା ସହ ଉପକୂଳବର୍ତ୍ତୀ ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ବାତ୍ୟା ପ୍ରସ୍ତୁତିର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe