Advertisment

ଏସ୍‌ସିବିର ଦୁଃଖ: ହୃଦ୍‌ରୋଗ ବିଭାଗରେ ଅଚଳାବସ୍ଥା

Advertisment

୫ ଦିନ ହେଲା ଲାଗିପାରୁନି ପେସ୍‌ମେକର, ଷ୍ଟେଣ୍ଟ୍‌

୫ ଦିନ ହେଲା ଲାଗିପାରୁନି ପେସ୍‌ମେକର, ଷ୍ଟେଣ୍ଟ୍‌

ପାଣି ମଡ଼ାଇବାକୁ ଯାଇଥିଲେ, ବିଲରେ ଜଗିଥିଲା ଯମ: ଚାଲିଗଲା ବାପପୁଅଙ୍କ ଜୀବନ, ମାଆ ଗୁରୁତର

କଟକ: ଏପ୍ରିଲ ୧ ତାରିଖରୁ ଏସ୍‌ସିବି ହୃଦ୍‌ରୋଗ ବିଭାଗରେ ରୋଗୀଙ୍କର ଷ୍ଟେଣ୍ଟ୍‌ ଅଥବା ପେସ୍‌ମେକର୍‌ ଲାଗି ପାରୁନାହିଁ। ପାଖାପାଖି ୨୦ ଜଣ ରୋଗୀ ପେସ୍‌ମେକର ଓ ଷ୍ଟେଣ୍ଟ୍‌ ଲଗାଇବା ପାଇଁ ଅପେକ୍ଷା କରିଥିଲେ ବି ସ୍ବାସ୍ଥ୍ୟ ବିଭାଗର ମଞ୍ଜୁରୀ ଆସି ନଥିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ବିଭାଗୀୟ ସ୍ବୀକୃତି ନଥିବାରୁ ଏସ୍‌ସିବିକୁ ଏହିସବୁ ସାମଗ୍ରୀ ଯୋଗାଣ କରୁଥିବ‌ା ସଂସ୍ଥା ସାମଗ୍ରୀ ଯୋଗାଉନାହିଁ। ଆର୍ଥିକବର୍ଷ ଶେଷ ହୋଇଥିବାରୁ ଯାହାକିଛି ସାମଗ୍ରୀ ଥିଲା ତାହା ବ୍ୟବହାର ହୋଇ ସାରିବା ପରେ ନୂଆ ସାମଗ୍ରୀ ଆସି ନଥିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଥିବା କୁହାଯାଉଛି।

ଆଜି ଗୋଟିଏଦିନରେ ଏସ୍‌ସିବି ହୃଦ୍‌ରୋଗ ବିଭାଗରେ ୧୦ ଜଣଙ୍କର ଆଞ୍ଜିଓଗ୍ରାମ କରାଯାଇଥିଲା। ସେଥିରୁ ୪ଜଣଙ୍କର ବ୍ଲକେଜ୍‌ ସମସ୍ୟା ଥିବାରୁ ‌ଷ୍ଟେଣ୍ଟ୍‌ ଲଗାଯିବା କଥା। କିନ୍ତୁ, ଷ୍ଟେଣ୍ଟ୍‌ ନ ଥିବାରୁ ସେମାନଙ୍କୁ ଫେରାଇବାକୁ ପଡ଼ିଛି। ଏପଟେ ପେସ୍‌ମେକର ଲଗାଇବା ପାଇଁ ପାଖାପାଖି ୭ଜଣ ରୋଗୀ ବିଭାଗରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ତାହା ବି ସମ୍ଭବ ହେଉନାହିଁ। ଏପଟେ ହୃଦ୍‌ରୋଗୀଙ୍କ ପାଇଁ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ଜରୁରି ଥିବାବେଳେ ବିଭାଗରେ ଆଇସିୟୁ, କ୍ୟାଥ୍‌ଲାବ୍‌କୁ ଛାଡ଼ିଦେଲେ ୱାର୍ଡରେ ଏସି ବ୍ୟବସ୍ଥା ନାହିଁ। ହୃଦ୍‌ରୋଗ ବିଭାଗର ୱାର୍ଡରେ ଏସି ବ୍ୟବସ୍ଥା ପାଇଁ କାମ ଆରମ୍ଭ ହୋଇଥିଲେ ବି ତାହା ସଂପୂର୍ଣ୍ଣ ହୋଇପାରି ନାହିଁ। ଅନେକ ସ୍ଥାନରେ ଏସି ଲାଗି ଥିଲେ ବି ଉପଯୁକ୍ତ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା ହୋଇନାହିଁ। ଏସି ଖୋଳ ଲଗାଇ ଚକ୍‌ମା ଦେଖାଯାଉଛି ବୋଲି ରୋଗୀ ଅଭିଯୋଗ କରୁଛନ୍ତି।

ଏପଟେ ଅନେକ ବିଭାଗରେ ଆବଶ୍ୟକ ସଂଖ୍ୟକ ପଙ୍ଖା ବି ନାହିଁ। ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ରୋଗୀ ୱାର୍ଡରେ ହନ୍ତସନ୍ତ ହେଉଥିବାବେଳେ ଏପଟେ ପେସ୍‌ମେକର ଆଉ ଷ୍ଟେଣ୍ଟ୍‌ ପାଇଁ ଦିନଦିନ ଧରି ଅପେକ୍ଷା କରିବାକୁ ପଡୁଛି। ଏପ୍ରିଲ ୧ରେ ସରକାରୀ ଛୁଟି ଥିବାବେଳେ ୨ରୁ ଲିଭର୍‌ ପ୍ରତିରୋପଣ ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ବ୍ୟସ୍ତ ରହିଥିଲେ। ଯାହାଫଳରେ ଷ୍ଟେଣ୍ଟ୍ ଓ ପେସ୍‌ମେକର୍‌ ଯୋଗାଣ ସଂପର୍କିତ ଫାଇଲ ଅନୁମୋଦନ ହୋଇନଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe