ଘନୀଭୂତ ହୋଇ ଲଘୁଚାପ ପାଲଟିଲା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର: ଆଉ ୩ ଦିନ ବର୍ଷା ସମ୍ଭାବନା

ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳ ବର୍ଷିବ

Image Courtesy of News 18

ଭୁବନେଶ୍ବର: ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସଂଘଠିତ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଅଗ୍ରସର ହେବା ସହ ଘନୀଭୂତ ହୋଇ ଲଘୁଚାପ ପାଲଟିଛି। ଆଜି ଭୋର୍‌ ୫.୩୦ ବେଳକୁ ଉକ୍ତ ଲଘୁଚାପ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶା ଏବଂ ଆଖପାଖ ଅଞ୍ଚଳ ଏବଂ ଗୋପାଳପୁର ଉତ୍ତରପଶ୍ଚିମକୁ ପ୍ରାୟ ୨୦ କିଲୋମିଟର୍‌ ଦୂର ସମୁଦ୍ରରେ କେନ୍ଦ୍ରୀଭୂତ ହୋଇ ରହିଛି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ସମଗ୍ର ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବା ପରେ କ୍ରମଶଃ ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଜାରି କରିଥିବା ‘ବୁଲେଟିନ୍‌ ନମ୍ବର ୧’ରୁ ଜଣାପଡ଼ିଛି।

publive-image Image Courtesy of Zee News

ଏହାର ପ୍ରଭାବରେ ଆଜିକୁ ମିଶାଇ ଆଗାମୀ ୩ ଦିନ ଧରି ପଶ୍ଚିମବଙ୍ଗ, ଓଡ଼ିଶା, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଅସରାଏ ଅସରାଏ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe