ବଙ୍ଗୋପସାଗରରେ ଗଭୀର ଅବପାତ ପାଲଟିଲା ଅବପାତ; ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାରେ ବାତ୍ୟା ସତର୍କ ସୂଚନା ଜାରି

Advertisment
ବଙ୍ଗୋପସାଗରରେ ଗଭୀର ଅବପାତ ପାଲଟିଲା ଅବପାତ; ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାରେ ବାତ୍ୟା ସତର୍କ ସୂଚନା ଜାରି

ଭୁବନେଶ୍ବର: ଉତ୍ତର ଓ ତତ୍‌ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ଓ ପରେ ଗଭୀର ଅବପାତରେ ପରିଣତ ହୋଇ ଯାଇଥିବାରୁ ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ପାଇଁ ପାଣିପାଗ ବିଭାଗ ବାତ୍ୟା ସତର୍କ ସୂଚନା ଜାରି କରିଛି।

publive-image Image Courtesy of The Times of India

ଗତ ୬ ଘଣ୍ଟା ମଧ୍ୟରେ ଉପରୋକ୍ତ ଅବପାତ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମାଭିମୁଖୀ ହେବା ସହ ଆଜି ଭୋର୍‌ ୫.୩୦ ବେଳକୁ ଉତ୍ତର ଏବଂ ତତ୍‌ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ଅକ୍ଷାଂଶ ୧୮.୪ଂ ଉତ୍ତର ଏବଂ ଦ୍ରାଘିମା ୮୯.୭ଂ ପୂର୍ବରେ କେନ୍ଦ୍ରୀଭୂତ ଏହି ଅବପାତ ଗୋପାଳପୁରର ପୂର୍ବ-ଉତ୍ତରପୂର୍ବ ଠାରୁ ପ୍ରାୟ ୫୧୦ କିଲୋମିଟର ଏବଂ କଳିଙ୍ଗପଟନମ୍‌ର ଉତ୍ତର ଓ ଉତ୍ତରପୂର୍ବକୁ ପ୍ରାୟ ୫୯୦ କିଲୋମିଟର୍ ଦୂରରେ ରହିଛି।

publive-image Image Courtesy of The Times of India

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ପାଲଟିବାର ସମ୍ଭାବନା ରହିଛି। ପଶ୍ଚିମାଭିମୁଖୀ ହେବାର ସମ୍ଭାବନା ଥିବାରୁ ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହି ବାତ୍ୟା ବିଶାଖାପାଟଣା ଏବଂ ଗୋପାଳପୁର ଓ କଳିଙ୍ଗପଟନମ୍ ଅଞ୍ଚଳ ଦେଇ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe