Deputy Chief Minister distributes land plots to 163 people Photograph: (sambad.in)
ବାମନାଳ: ନିମାପଡ଼ା ତହସିଲ ଅଫିସ ପକ୍ଷରୁ ସୋମବାର ପଟ୍ଟା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଣ୍ଟନ ମେଳାକୁ ଉଦଘାଟନ କରି ତହସିଲ ଅନ୍ତର୍ଗତ ମୋଟ ୧୬୩ ଜଣ ହିତାଧିକାରୀଙ୍କୁ ଜମିର ପଟ୍ଟା ବଣ୍ଟନ କରିଛନ୍ତି। ସମସ୍ତ ଜମିଜମା ସମାସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।
ବସୁନ୍ଧରା ଯୋଜନାରେ ୩ ଜଣଙ୍କୁ ଘରବାଡି ପଟ୍ଟା, ୫ଗୋଟି ଉଚ୍ଚ ବିଦ୍ୟାଳୟକୁ ଜମି ଅଧିକାର ପଟ୍ଟା, ମୋଟ ୧୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସ୍ଥିତିବାନ ଥିବା ପଟ୍ଟା ପ୍ରଦାନ କରାଯାଇଛି।
ସୋମବାର ସଂଧ୍ୟାରେ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବଣ୍ଟନ ମେଳାରେ ଉପମୁଖ୍ୟମନ୍ତ୍ରୀ ଯୋଗଦେଇ ନିମାପଡ଼ା ବ୍ଲକ ଅଞ୍ଚଳରେ ଥିବା ୫ଟି ହାଇସ୍କୁଲର ଜମିବାଡ଼ିର ମାମଲା ଫଇସଲା କରିଥିଲେ। ବସୁନ୍ଧରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ୩୦ ଜଣ ପ୍ରଜାଙ୍କୁ ସେମାନଙ୍କର ସ୍ଥାୟୀ ପଟ୍ଟା ବଣ୍ଟନ କରିଥିଲେ।
ବଣ୍ଟନ ମେଳା ସଭାରେ ଏ.ଡ଼ି.ଏମ (ରାଜସ୍ବ) ଶରତ ଚନ୍ଦ୍ର ମହାପାତ୍ର, ଉପଜିଲ୍ଲାପାଳ ରାଜକିଶୋର ଜେନା,ତହସିଲଦାର ମନୋଜ ପ୍ରଧାନ, ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ, ତହସିଲଦାର ମନୋଜ କୁମାର ପ୍ରଧାନ,ସାସଂଦ ପ୍ରତିନିଧି ମିନଲତା ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ଓଝା ସମେତ ତହସିଲ ଅପିସର ଆର.ଇ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
Pravati Parida
Follow Us