ବାମନାଳ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ନିମାପଡ଼ା ବ୍ଲକ ଅଧିନସ୍ଥ ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ଏବଂ ଭିଲିଗ୍ରାମ ପଞ୍ଚାୟତ ସମେତ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି।
ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣର ଶିଳାନ୍ୟାସ କରିଥିଲେ। ଏହାର ଅଟକଳ ମୁଲ୍ୟ ୪୨ ଲକ୍ଷ ୪୯ ହଜାର ଟଙ୍କା ରହିଛି।
ପରେ ଭିଲିଗ୍ରାମ ପଞ୍ଚାୟତ ବିଷ୍ଣୁପୁରୁ ନୁଆପଡା ଠାରୁ ଗୋଲେଇ ଛକ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ଓ ଜଳ ସୁଗମ ପାଇଁ ଗୋପ ବ୍ରାଞ୍ଚ କେନାଲ ୮ କୋଟି ୩୦ ଲକ୍ଷ ଟଙ୍କାରେ ଶିଳାନ୍ୟାସ କରିଥିଲେ।
ଆହୁରି ପଢ଼ନ୍ତୁ:Parking Restrictions: ରାସ୍ତାରେ ପାର୍କିଂ ଦଣ୍ଡନୀୟ: ଟ୍ରାଫିକ ଭିଡ଼ ଏଡାଇବା ପାଇଁ କଟକଣା ଲାଗୁ
ପରେ ଓଡ଼ିଶା ଜଳ ସମ୍ପଦ ବିଭାଗ ପକ୍ଷରୁ ଭିଲ୍ଲିଗ୍ରାମ ପଞ୍ଚାୟତ ଅଂଶାଲୋ ଡିଷ୍ଟିବ୍ରୁଟାରୀ ବଡ ପୋଖରୀ ୨ କୋଟି ୨୪ ଲକ୍ଷ ଟଙ୍କାର ଟଙ୍କାର ଟ୍ରପ ଓ୍ବାଲ ଓ ରାସ୍ତା ନିର୍ମାଣ କାର୍ଯ୍ୟ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଶିଳାନ୍ୟାସ କରିଥିଲେ।
ପ୍ରଭାତୀ ପରିଡ଼ାଙ୍କ ନିମାପଡ଼ା ଗସ୍ତ
ପରେ ଗୋପ ଶାଖା କେନାଲରେ ବାମ ପାଶ୍ୱର୍ରେ ସର୍ବପଡା ବେହେରା ସାହି ଠାରୁ ଧିରପୁର ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ଉନ୍ନତି କରଣ ଯାହାର ଅଟକଳ ମୁଲ୍ୟ ୨ କୋଟି ୬୨ ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର ଓ ଆଶାପୁରଣ ମାଇନରର ତିନିଗୋଟି ବ୍ରିଜ୍ ଓ ମୋଟ ନିର୍ମାଣର ଅଟକଳ ମୁଲ୍ୟ ୪୮ ଲକ୍ଷ ୭୧ ହଜାର ଏବଂ କଣ୍ଟି ଡ୍ରିଷ୍ଟିବ୍ୟୁଟରର ଟ୍ରପ ଓ୍ବାଲ ୨୫ ଲକ୍ଷ ଟଙ୍କା ପରେ ବିଶରପୁର, ଦିଗପାଳ ଠାରେ ବ୍ରିଜ୍ ନିର୍ମାଣ ଯାହାର ଅଟକଳ ମୁଲ୍ୟ ୨୩ ଲକ୍ଷ ୪୪ ହଜାର ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିମାପଡ଼ା ସ୍ଵୟଂଶାସିତ ବିଶ୍ୱବିଦ୍ୟାଳୟର ସଭାପତି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ମହାବିଦ୍ୟାଳୟର ଅଧ୍ୟକ୍ଷା ଅମିତା ମହାନାୟକ ,ଭୂବିଜ୍ଞାନର ବରିଷ୍ଟ ଅଧ୍ୟାପକ ମାନସ ରଞ୍ଜନ ସ୍ବାଇଁ,ନିମାପଡା ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରୀତମ୍ ଚେତନ ପୋଥାଲ, ନିମାପଡ଼ା ଉପଖଣ୍ଡ ଅଧିକାରୀ ଶକ୍ତି ପ୍ରଶାଦ ଦାଶ, ପ୍ରାଚୀ ଡ଼ିଭିଜନର ଅଧିକ୍ଷଣ ଯନ୍ତ୍ରୀ ରଘୁନାଥ ସ୍ବାଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାନ୍ତ ଷଡ଼ଙ୍ଗୀ,ସମାଜସେବୀ ଶ୍ୟାମସୁନ୍ଦର ନାୟକ, ସାଂସଦ ପ୍ରତିନିଧି ମୀନଲତା ମହାନ୍ତି ,ସମାଜସେବୀ ଯଚିନ୍ଦ୍ର ସ୍ବାଇଁ,ସାଇପ୍ରୀତମ ପଟନାୟକ, ମଣ୍ଡଳ ସଭାପତି ସନ୍ତୋଷ ପରିଡ଼ା,ପୁରୀଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ:ATM Withdrawal Limits: ଏଟିଏମ୍ ଟଙ୍କା ଉଠାଣ ଅବଧି ପରେ କେତେ ଅଧିକ ଗଣିବେ ଟଙ୍କା ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/24/deputy-chief-minister-lays-foundation-stone-for-development-work-2025-11-24-19-17-21.jpg)