ବାମନାଳ: ନିମାପଡ଼ା ବ୍ଲକରେ ‌ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ବିଭିନ୍ନ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।  ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୧୮ କୋଟି ୬୧ ଲକ୍ଷ ଟଙ୍କାର ୪ଟି ରାସ୍ତା ପ୍ରଶସ୍ତିକରଣ ଯୋଜନାର ଭିତ୍ତିପ୍ରସ୍ତରସ୍ଥାପନ କରାଯାଇଛି।

Advertisment

ନିମାପଡ଼ା ବ୍ଲକ ଅନ୍ତର୍ଗତ ଗୋପିନାଥପୁର ରୁ ବଳଙ୍ଗା ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ୨କିଲୋମିଟର ୬୭୦ ମିଟର ପର୍ଯ୍ୟନ୍ତ ଯାହାର ଅଟକଳ ମୁଲ୍ୟ ୩କୋଟି ୪୭ ଲକ୍ଷ ଟଙ୍କା ଥିବାବେଳେ ବନମାଳୀପୁର ଠାରୁ ବଳଙ୍ଗା ୫ କିଲୋମିଟର ୫୦୦ମିଟର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ  ଅଟକଳ ମୁଲ୍ୟ ୫କୋଟି ୬୫ ଲକ୍ଷ ଟଙ୍କା  ରହିଛି।

ଅପରପକ୍ଷରେ ଅନ୍ତୁଆର ପଞ୍ଚାୟତ ଅଧୀନ ନୁଆହରକିରି ଠାରୁ ଅନ୍ତୁଆର ୪କିଲୋମିଟର ୧୫୦ମିଟର ରାସ୍ତା ଯାହାର ଅଟକଳ ମୁଲ୍ୟ ୪କୋଟି ୮୦ ଲକ୍ଷ ଟଙ୍କା ରହିଛି। ସେହିପରି ଅରିଷଣ୍ଡ ପଞ୍ଚାୟତ ଅଧୀନ ପାଟପୁରୁ ଠାରୁ ଅନ୍ତୁଆର ୪କିଲୋମିଟର ୫ଶହ ମିଟର ରାସ୍ତାର ପ୍ରଶସ୍ତିକରଣ ଅଟକଳ ମୁଲ୍ୟ ୫କୋଟି ୨୨ଲକ୍ଷ ଟଙ୍କା ରହିଛି। 

ଅଧିକ ପଢ଼ନ୍ତୁ: ଯୁବଶକ୍ତି ଆମ ବିକାଶ ରଥର ସାରଥି: ମୁଖ୍ୟମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଅଧିକାରୀ ଧନଞ୍ଜୟ ବଡ଼ଜେନା, ଯନ୍ତ୍ରୀ ସ୍ମୃତିରଞ୍ଜନ କାନୁନଗୋ, ବଳଙ୍ଗା ମଣ୍ଡଳ ସଭାପତି ଦେବାଶିଷ ଆଚାର୍ଯ୍ୟ,ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଅଜୁର୍ନ ବରାଳ, ପ୍ରସନ୍ନ କୁମାର ଦାସ, ପ୍ରଭାକର ନାୟକ,ସାଂସଦ ପ୍ରତିନିଧି ମିନଲତା ମହାନ୍ତି ପ୍ରମୁଖ ସହ ସମସ୍ତ ପ୍ରଶାସନିକ ଅଧିକାରୀ ଓ ସମସ୍ତ ଜନପ୍ରତିନିଧି ଉପସ୍ଥିତ ଥିଲେ।

ଅଧିକ ପଢ଼ନ୍ତୁ: ଇସ୍ରାଏଲର ଆସଦୋଦ ସହରକୁ ଟାର୍ଗେଟ୍ କଲା ଇରାନ

puri