ଉପମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୨କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଭିର୍ତ୍ତିପ୍ରସ୍ତର ସ୍ଥାପନ

ଶିକ୍ଷା ଯୋଜନା ମାଧ୍ୟମରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ନିମାପଡ଼ା ବ୍ଲକ୍ ଅଧିନ ସ୍ବାଇଁ ଶାସନ,ଧନୁଆଁ, ଶଗଢା ଆଦି ବିଭିନ୍ନ ପଞ୍ଚାୟତରେ ଥିବା ୭ ବିଦ୍ୟାଳୟରେ ୨କୋଟି ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଭିର୍ତ୍ତିପ୍ରସ୍ତର ସ୍ଥାପନ କରାଯାଇଛି...

Deputy Chief Minister lays foundation stone worth over Rs. 2 crore

Deputy Chief Minister lays foundation stone worth over Rs. 2 crore Photograph: (sambad.in)

ବାମନାଳ: ଶିକ୍ଷା ଯୋଜନା ମାଧ୍ୟମରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ନିମାପଡ଼ା ବ୍ଲକ୍ ଅଧିନ ସ୍ବାଇଁ ଶାସନ,ଧନୁଆଁ, ଶଗଢା ଆଦି ବିଭିନ୍ନ ପଞ୍ଚାୟତରେ ଥିବା  ୭ଟି ବିଦ୍ୟାଳୟରେ ପାଖାପାଖି ୨କୋଟି ୧୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଭିର୍ତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ସାଇଁଶ ଶାସନ ପଞ୍ଚାୟତରେ ଥିବା ଏସ. ଏସ୍.ପି ଉଚ୍ଚ ବିଦ୍ୟାଳୟ ଦକ୍ଷିଣ ରାଡସ ଠାରେ ପାଖାପାଖି ୪୦ଲକ୍ଷ ଟଙ୍କା,ଧନୁଆଁ ପଞ୍ଚାୟତ ସୁନୁଗୋରୋଡ଼ି ନିକଟରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ଏବଂ ସଗଡା ପଞ୍ଚାୟତ ଓଳିକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୧ଲକ୍ଷ ୭୬ହଜାର ଲେଖାଏଁ ଟଙ୍କା ଭିର୍ତ୍ତିପ୍ରସ୍ତର ସ୍ଥାପନ ହେବ।

ସମସ୍ତ କାମ ୨ରୁ ୩ମାସ ମଧ୍ୟରେ ଶେଷ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିବା ବେଳେ ଆଗାମୀ ସମୟରେ ସମଗ୍ର ଶିକ୍ଷା ଯୋଜନା ମାଧ୍ୟମରେ ପିଲାଙ୍କ ବିକାଶ ହେବା ସହ ସ୍କୁଲର ଭିର୍ତ୍ତିଭୂମି ଆହୁରି ସୁଦୃଢ ହେବ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ: ଏପ୍ରିଲ ୧୧ରୁ ଓଡ଼ିଶାରେ ବଣ୍ଟନ ହେବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ

ଏହି ଅବସରରେ କୁନିକୁନି ପିଲାଙ୍କ ବିଦ୍ୟାରମ୍ଭର ଆଦ୍ୟ ପୁସ୍ତକ "ବର୍ଣ୍ଣବୋଧ" ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ନିମାପଡ଼ା ବିଡିଓ ଅଭିଜିତ ଷଡ଼ଙ୍ଗୀ,ନିମାପଡ଼ା ବ୍ଲକ୍ ଶିକ୍ଷଧିକାରୀ ଦ୍ୱିତୀକାନ୍ତ ପ୍ରଧାନ,ବିଜେପି ମଣ୍ଡଳ ସଭାପତି ଦେବାଶିଷ ଆଚାର୍ଯ୍ୟ,ସନ୍ତୋଷ ପରିଡ଼ା,ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାପତି ଅର୍ଜୁନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

ଅଧିକ ପଢ଼ନ୍ତୁ: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: କମିସନଙ୍କ ରିପୋର୍ଟ ଓଡ଼ିଶା କ୍ୟାବିନେଟ୍‌ରେ ଉପସ୍ଥାପିତ ହେବ

 puri | PravatiParida

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe