କର୍ମଜୀବୀ ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଚାରିଆଡୁ ସାଉଁଟିଲେ ପ୍ରଶଂସା

Advertisment
କର୍ମଜୀବୀ ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଚାରିଆଡୁ ସାଉଁଟିଲେ ପ୍ରଶଂସା

କଟକ: ମୋହନ ମାଝୀ ସରକାରଙ୍କ ନେତୃତ୍ବରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆଜି ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାର କର୍ମଜୀବୀ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ବାରା ଘୋଷଣା କରାଯାଇଥିବା ରୁତୁସ୍ରାବ ଜନିତ ଛୁଟି ନେଇ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି। ରାଜ୍ୟ ସରକାର କର୍ମୀଜୀବୀ ମହିଳାଙ୍କ ସ୍ବାର୍ଥ ପାଇଁ ଏକ ଭଲ ନିଷ୍ପତ୍ତି ନେଇଛନ୍ତି ‌ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ୭୮ତମ ସ୍ବାଧୀନତା ଦିବସରେ କଟକରେ ଜାତୀୟ ପତାକା ଉତ୍ତୋଳନ କରିବା ଅବସରରେ ଋତୁସ୍ରାବ ପାଇଁ ଦିନେ ଛୁଟି ଘୋଷଣା କରିଥିଲେ। ଶ୍ରୀମତୀ ପରିଡ଼ାଙ୍କ ଘୋଷଣା ଅନୁଯାୟୀ ଏଣିତି ଋତୁସ୍ରାବ ପାଇଁ ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ଗୋଟିଏ ଦିନ ଛୁଟି ମିଳିବ।

ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଥିବା ଏହି ନିୟମ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ପାଇଁ ଲାଗୁ ହେବ। ରାଜ୍ୟ ସରକାର ଖୁବଶୀଘ୍ର ଋତୁସ୍ରାବ ସ୍ୱାସ୍ଥ୍ୟ ନୀତି ଆଣିବାକୁ ଯାଉଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରଥମ ୧୦୦ ଦିନିଆ କାର୍ଯ୍ୟ ଭିତରେ ଏପରି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଋତୁସ୍ରାବ ସମୟରେ ଛୁଟି ଦେବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା। ଏହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି। ମହିଳାମାନେ ଋତୁସ୍ରାବ ଦିନ କିମ୍ବା ତା’ପର ଦିନ ଏହି ଛୁଟି ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe