ଜେଲ୍‌ଗଲେ ଡେପୁଟି କଲେକ୍ଟର, ପତ୍ନୀଙ୍କ ନାଁରେ ମାମଲା

Advertisment

ଠାବ ହେଲା ଭୁବନେଶ୍ବରରେ ଆଉ ଏକ ଫ୍ଲାଟ୍; ୧୯୧ ପ୍ରତିଶତ ସଂପତ୍ତି ଆୟ ବହିର୍ଭୂତ

ଠାବ ହେଲା ଭୁବନେଶ୍ବରରେ ଆଉ ଏକ ଫ୍ଲାଟ୍; ୧୯୧ ପ୍ରତିଶତ ସଂପତ୍ତି ଆୟ ବହିର୍ଭୂତ

ଜେଲ୍‌ଗଲେ ଡେପୁଟି କଲେକ୍ଟର, ପତ୍ନୀଙ୍କ ନାଁରେ ମାମଲା

ଜଗତସିଂହପୁର ଟାଉନ୍ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଟକ ଥିବା ଜଗତସିଂହପୁର ରାଜସ୍ବ ବିଭାଗ ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଅପରାହ୍ନରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲେ ମଧ୍ୟ ଜାମିନ ନାମଞ୍ଜୁର ହେବାରୁ ଚିତ୍ତରଞ୍ଜନଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଆସନ୍ତା ଜାନୁଆରି ୧୦ ତାରିଖ ପର୍ଯ୍ୟନ୍ତ ସେ ବିଚାରବିଭାଗୀୟ ହାଜତରେ ରହିବେ ବୋଲି ଜଣାପଡ଼ିଛି। ସେହିପରି, ଚିତ୍ତରଞ୍ଜନଙ୍କ ପତ୍ନୀଙ୍କ ନାଁରେ କେତେକ ସମ୍ପତ୍ତି ଥିବାରୁ ତାଙ୍କ ବିରୋଧରେ ମଧ୍ୟ ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରାଯାଇଛି।

ଅନ୍ୟପକ୍ଷରେ, ଗତକାଲି ଚଢ଼ଉ ଜାରି ରହିଥିବା ବେଳେ ଭୁବନେଶ୍ବର ଚନ୍ଦକା ଥାନା ନୂଆଗାଁସ୍ଥିତ ‘ସାଇ’ ଅନୁମାଦନରେ ରେ ଆଉ ଏକ ଫ୍ଲାଟ୍(ନଂ-୨୦୨) ଠାବ କରାଯାଇଛି। ଭିଜିଲାନ୍ସ ଚଢ଼ଉକୁ ପ୍ରାୟ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଠାବ କରାଯାଇଥିବା ୪ଟି ଫ୍ଲାଟ୍ ଓ ଗୋଟିଏ କୋଠାର ମୂଲ୍ୟ ଆକଳନ କରିପାରିନି ଭିଜିଲାନ୍ସ ଟିମ୍। ଚିତ୍ତରଞ୍ଜନଙ୍କ ଆୟବ୍ୟୟର ହିସାବ ପରେ ଆୟ ବହିର୍ଭୂତ ସଂପତ୍ତି ୧୯୧ ପ୍ରତିଶତ ଅଧିକ ହେବ ବୋଲ ଭୁବନେଶ୍ବର ଭିଜିଲାନ୍ସ ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଭିଜିଲାନ୍ସ ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ, ଜଗତସିଂହପୁର ସହରରେ ଥିବା ଭଡ଼ାଘର, ଭୁବନେଶ୍ବରରେ ଦୁଇଟି ଫ୍ଲାଟ୍, ବାଲେଶ୍ବରରେ ଦୁଇଟି ଫ୍ଲାଟ୍, ବାଲିଆପାଳ ନଈଘାଟିରେ ଥିବା ପୈତୃକ ଘର, ସୋନପୁରରେ ଥିବା କୋଠା ସମେତ ୯ଟି ଜାଗାରେ ଏକକାଳୀନ ଚଢ଼ଉ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe