ରାଉରକେଲା ଗସ୍ତରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶିକା

ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତରାଞ୍ଚଳ ଉପନିର୍ଦ୍ଦେଶିକା କଲ୍ୟାଣୀ ଦାଶ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି। ଗସ୍ତର ପ୍ରଥମ ଦିନରେ ସୁନ୍ଦରଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାସହ ସମୀକ୍ଷା କରିଥିଲେ।

6655c67b-68be-4acd-9636-b0751f765113

ରାଉରକେଲା: ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତରାଞ୍ଚଳ ଉପନିର୍ଦ୍ଦେଶିକା(ସମ୍ବଲପୁର) କଲ୍ୟାଣୀ ଦାଶ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି। ଗସ୍ତର ପ୍ରଥମ ଦିନରେ ସୁନ୍ଦରଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାସହ ସମୀକ୍ଷା କରିଥିଲେ। ଆଜି ଦ୍ବିତୀୟ ଦିବସରେ ରାଉରକେଲାରେ ପହଞ୍ଚି ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହାସହ ବିଭିନ୍ନ ନଥିପତ୍ର, ରେଜିଷ୍ଟାର, ଫାଇଲ୍‌ପତ୍ର ଆଦି ଦେଖିବାସହ କାର୍ଯ୍ୟର ସମୀକ୍ଷା କରିଥିଲେ।

ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟ ସଂପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏତଦ୍‌ବ୍ୟତୀତ ବଣାଇସ୍ଥ ଉପଖଣ୍ଡ  ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ମଧ୍ୟ କାର୍ଯ୍ୟ ସମୀକ୍ଷା କରିଥିଲେ। ଏହିଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା ବଣାଇଁ ଓ ରାଉରକେଲା କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଶ୍ରୀମତି ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ୟାଗୁଡ଼ିକର ତ୍ବରିତ ସମାଧାନପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

ପରେ ଉପନିର୍ଦ୍ଦେଶକ ନବନିର୍ମିତ ମହାନଗର ଗ୍ରନ୍ଥାଳୟରେ ପରିଚାଳିତ ସୂଚନା କେନ୍ଦ୍ର ତଥା ପାଠାଗାର ପରିଦର୍ଶନ କରିଥିଲେ। ଏହିଅବସରରେ ବଣାଇ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁଙ୍କ ସମେତ ସୁନନ୍ଦା ଦତ୍ତ, ସୌମ୍ୟ ରଂଜନ ପରିଡା, ବଦ୍ରିନାଥ ରାଉତ, ଭମା ଅହିର, ପ୍ରଦୀପ ମଲ୍ଲିକ ପ୍ରମୁଖ ଉପସ୍ଥିତଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe