ଉପବାଚସ୍ପତି ନିର୍ବାଚନ ଆଜି: ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ ରଜନୀକାନ୍ତ ସିଂହ

ମାର୍ଚ୍ଚ ଦରମା ଏପ୍ରିଲ୍‌ ୩ରେ ମିଳିବ, ୯ ସୁଦ୍ଧା ପେନ୍‌ସନ୍

telegraphindia.com

ଭୁବନେଶ୍ବର : ଷୋଡ଼ଶ ବିଧାନସଭାର ଉପବାଚସ୍ପତି ନିର୍ବାଚନ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଗୃହରେ ବିଧିବଦ୍ଧ ଘୋଷଣା କରିଛନ୍ତି। ବାଚସ୍ପତିଙ୍କ ଘୋଷଣା ଅନୁଯାୟୀ ୨୭ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥିପତ୍ର ଦାଖଲହେବ। ୭ଟାରେ ଯାଞ୍ଚ୍ ହେବ। ଆଗ୍ରହୀ ପ୍ରାର୍ଥୀ ୨୮ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ଯଦି ଆବଶ୍ୟକ ପଡ଼େ, ତେବେ ସେହିଦିନ ଅପରାହ୍ନ ୧ଟା ୪ଟା ଯାଏ ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ୍‌ ଗ୍ରହଣ ହେବ। ଶାସକ ବିଜେଡି ପକ୍ଷରୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଉପବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଦୁଇ ବିରୋଧୀ ଦଳ କାହାରିକୁ ପ୍ରାର୍ଥୀ କରିନାହାନ୍ତି। ତେଣୁ ଶ୍ରୀ ସିଂହ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି। ଆସନ୍ତାକାଲି ଏ ନେଇ ଔପଚାରିକ ଭାବେ ଘୋଷଣା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe