ଦଶପଲ୍ଲାରେ ବେଧଡ଼କ ଚାଲିଛି ଦେଶୀମଦ ବ୍ୟବସାୟ, ସଞ୍ଜ ନଇଁଲେ ଅଶାନ୍ତ ହୋଇପଡ଼ୁଛି ଛକବଜାର

Advertisment
ରାଜଧାନୀରେ ନିଶା ନେଲା ଜୀବନ, ରଡ୍‌ରେ ପିଟିପିଟି ସହଯୋଗୀକୁ ହତ୍ୟା

haryana.punjabkesari.in

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବେଧଡ଼କ ଭାବେ ଚାଲିଛି ଦେଶୀ ମଦର କାରବାର। ଚା ଦୋକାନଠାରୁ ଆରମ୍ଭ କରି ଜଳଖିଆ ଦୋକାନ ପ୍ରଭୃତି ସ୍ଥାନରେ ଖୋଲାମେଲା ଭାବେ ଏହାକୁ ବିକ୍ରୟ କରାଯାଉଛି। ଯାହାକି ସଞ୍ଜ ନଇଁବା ପରେ ବଜାରଘାଟରେ ମଦ୍ୟପଙ୍କ ଆଡ଼ା ଜମୁଛି। ବଡ଼ କଥା ହେଉଛି, ଦଶପଲ୍ଲା ବ୍ଲକ୍‌ର ଖମାରସାହି, ତେଣ୍ତାବାଡ଼ି, କୁଲୁରୁକୁମ୍ପା, ସରିଗଣ୍ତା, ଭୋଗବାଡ଼ି, କୁଲୁରୁକୁମ୍ପା, ବାଣୀଗୋଛା, ଘୁଗୁଡିପଡା, ନଛିପୁର ପ୍ରଭୃତି ପଞ୍ଚାୟତର ଅନେକ ସ୍ଥାନରେ ଏହି ମଦ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଛି।

publive-image Brewer World

ଏସବୁ ପଞ୍ଚାୟତର ପାହାଡ଼ ନିକଟବର୍ତ୍ତୀ ସ୍ଥାନରେ ଅବାଧରେ ମଦରନ୍ଧା ଯାଉଛି। ଯାହାକି ଏବେ ବଜାର ଘାଟରେ ବହୁ ନକଲି ବା ବିଷାକ୍ତ ମଦ ବିକ୍ରୟ ହେଉଥିବା ଅଭିଯୋଗ ହେଉଛି। ଏହି ମଦରନ୍ଧା ସମୟରେ ଅଧିକ ନିଶା ହେବା ପାଇଁ ସାର ପିଡ଼ିଆ ବ୍ୟବହାର କରାଯାଇ ନିମ୍ନମାନର ମଦରନ୍ଧା ଯାଉଛି। ଏହା ଉପରେ ଅବକାରୀ ବିଭାଗର କୈାଣସି ବି ନିୟନ୍ତ୍ରଣ ରହୁନଥିବା ହେତୁ ବ୍ୟବସାୟୀମାନେ ଖୋଲାମେଲା ବିକ୍ରୟ କରୁଛନ୍ତି। ଯଦିବା କେତେବେଳେ ଏହା ଉପରେ ଧରପଗଡ଼ ହେଉଛି, କାମଚଳା ଭାବେ କମ୍ ପରିମାଣର ମଦ ଦର୍ଶାଇ ଏହାକୁ ରଫାଦଫା କରି ବ୍ୟବସାୟୀମାନଙ୍କୁ ସର୍ତ୍ତମୂଳକ ଜାମିନ୍‌ରେ ଛାଡ଼ି ଦିଆଯାଉଥିବା ଭଳି ବହୁ ଅଭିଯୋଗ ହେଉଛି।

ଅବକାରୀ ବିଭାଗର ଏଭଳି କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନରେ ମଦ ବ୍ୟବସାୟ ବୃଦ୍ଧି ପାଉଥିବା ବେଳେ ସଞ୍ଜ ନଇଁଲେ ବିଭିନ୍ନ ଛକ ବଜାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି। ଏଥି ପ୍ରତି ଉଚ୍ଚପଦସ୍ଥ ଅଧିକାରୀ ବିଶେଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe