ଆଜିଠାରୁ ଖୋଲିବ ମହୁଲ ଓ ଦେଶୀ ମଦ ଦୋକାନ

Advertisment
୧୯ ଜୀବନ ଗଲା ପରେ ବି ଚେତିଲେନି : ମଦ ବେପାର ପଛରେ ନେତା!

The Drinks Business

ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ
ଦୋକାନ ଆଗରେ ସାମାଜିକ ଦୂରତା ନିୟମ କଡ଼ାକଡ଼ି
ଅପ୍ରୀତିକର ପରିସ୍ଥିତି ହେଲେ ଜିଲ୍ଲାପାଳ ବନ୍ଦ କରିପାରିବେ

ଭୁବନେଶ୍ବର : ଗତ ପହିଲାରୁ ମହୁଲ ଓ ଦେଶୀ ମଦ ହୋମ୍‌ ଡେଲିଭେରି ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଆସନ୍ତାକାଲିଠାରୁ ଦେଶୀ ମଦ ଦୋକାନ ଖୋଲିବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାରହିବ ଏସବୁ ମଦ ଦୋକାନ। ଏ ନେଇ ଆଜି ଅବକାରୀ ବିଭାଗ ବିଜ୍ଞପ୍ତି ଜାରି କରିଛି।

publive-image Onmanorama

ବିଭାଗ ପକ୍ଷରୁ ଜାରି ପ୍ରେସ୍‌ ଇସ୍ତାହାର ଅନୁଯାୟୀ, ମଦ ଦୋକାନରେ କେବଳ ମଦ ବିକ୍ରି ହୋଇପାରିବ। ମଦ ଦୋକାନ ଆଗରେ କୌଣସି ବ୍ୟକ୍ତି ମଦ ପିଇପାରିବେ ନାହିଁ। ଦୋକାନ ଆଗରେ ମଦ ବ୍ୟବସାୟୀ ବ୍ୟାରିକେଡ କରିବା ସହ କାଉଣ୍ଟର ପର୍ଯ୍ୟନ୍ତ ଯେପରି ଗ୍ରାହକମାନେ ଗୋଟିଏ ଧାଡ଼ିରେ ଆସିବେ ସେଥିପାଇଁ ବ୍ୟବସ୍ଥା କରିବେ। ମଦ ଦୋକାନରେ ଅତିରିକ୍ତ ଭିଡ଼ ନ ହେବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଗ୍ରାହକଙ୍କ ଭିତରେ ୨ ମିଟର ଦୂରତା ରହିବା ପରି ଦୋକାନ ଆଗରେ ସ୍ପଷ୍ଟ ଗୋଲ ଚିହ୍ନ ଦିଆଯିବ। ଦୋକାନରେ ନିୟୋଜିତ ସମସ୍ତ କର୍ମଚାରୀ ମୁହଁରେ ମାସ୍କ୍‌ ପିନ୍ଧିବା ସହ ବାରମ୍ବାର ହାତକୁ ସାବୁନ୍‌ ଓ ସାନିଟାଇଜରରେ ସଫା ରଖିବେ। ଯଦି କୌଣସି ଗ୍ରାହକ ମୁହଁରେ ମାସ୍କ୍‌ କିମ୍ବା କପଡ଼ା ବାନ୍ଧି ନ ଥିବେ, କିମ୍ବା ସାମାଜିକ ଦୂରତା ନିୟମକୁ ନ ମାନିବେ ତାହେଲେ ସେହି ବ୍ୟକ୍ତିଙ୍କୁ ମଦ ବିକ୍ରି କରାଯିବନାହିଁ। ସ୍ଥାନୀୟ ପୁଲିସ ଓ ଅବକାରୀ କର୍ମଚାରୀ ମଦ ଦୋକାନ ଖୋଲିବା ଉପରେ ତୀକ୍ଷଣ ଦୃଷ୍ଟି ରଖିବେ। ମଦ କାରବାରକୁ ନେଇ କୌଣସି ହିଂସା ଅଥବା ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସମ୍ପୃକ୍ତ ମଦ ଦୋକାନକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe