ଜୟପୁର: କୋରାପୁଟ କଳା ଓ କଳାକାର ପକ୍ଷରୁ ସରକାରୀ ଉଚ୍ଚବିଦ୍ୟାଳୟ ପଡ଼ିଆରେ ଆୟୋଜିତ ପୁଷପୁନି-୨୦୨୪ର ଷଷ୍ଠସଂଧ୍ୟାରେ ଦେଶିଆ ନାଟ ମଂଚସ୍ଥ ହୋଇଥିଲା। ଆବାହକ ତଥା ସଭାପତି ଧିରେନ୍ ମୋହନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏସଡିସି ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟବ୍ୟବସାୟୀ ଗେମ୍ବଲୀ ବସନ୍ତ ରାଓ, ଚାମ୍ବର ଅଫ କମର୍ସର ଉପସଭାପତି ଆରକୁଲୁ ଶ୍ରୀନୁ, ନାଟ୍ୟ ନିର୍ଦ୍ଦେଶକ ଗୋପାଳ ସାମନ୍ତରାୟ ଓ ସୁଧାକର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନିଜ ଅଂଚଳର ଆଦିବାସୀ ସଂସ୍କୃତି, ପରମ୍ପରା, ଚାଳିଚଳଣୀ, ନୃତ୍ୟ ଏବଂ କଳାକୁ ବଂଚାଇ ରଖିବା ପାଇଁ ଏତେ ବଡ଼ ଆୟୋଜନ କରିବା ନିହାତି ରୁପେ ଅଂଚଳ ବାସୀଙ୍କ ଭାଇଚାରା ସହ କଳାକାରଙ୍କୁ ଏହା ପ୍ରତ୍ସାହିତ କରିବ ବୋଲି କହିଥିଲେ।
ମଂଚକୁ ସଂପାଦକ ମନୋଜ ପାତ୍ର ସଂଯୋଜନା କରିଥିଲେ। ବୁଧବାର ଦିନ ଉଦଯାପନୀ ଉତ୍ସବରେ ବିଭିନ୍ନ ଲୋକ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣୀ କରାଯିବ ବୋଲି ସୂଚନା ମିଳିଛି।
Follow Us