ଲକ୍ଷାଧିକ ଟଙ୍କା ବ୍ୟୟ ସତ୍ତ୍ୱେ ମିଳୁନି ଟୋପାଏ ପାଣି

କଳିଙ୍ଗାରେ ‘ବସୁଧା’ ଯୋଜନା ଫେଲ୍‌

ଲକ୍ଷାଧିକ ଟଙ୍କା ବ୍ୟୟ ସତ୍ତ୍ୱେ ମିଳୁନି ଟୋପାଏ ପାଣି

ଘୁ.ଉଦୟଗିରି: ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ନିମନ୍ତେ ସରକାର ‘ବସୁଧା’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କୋଟି କୋଟି ଟଙ୍କା ବ୍ୟୟ କରି ଇନଟେକ୍ ୱେଲ, ବୋରୱେଲ, ପାଇପ୍‌ଲାଇନ ବିଛାଇବା ଓ ଓଭରହେଡ ଟାଙ୍କି ନିର୍ମାଣ କରି ଘରେ ଘରେ ପିଇବା ପାଣି ଯୋଗାଇବା ବ୍ୟବସ୍ଥା କରିଥିଲେ ମଧ୍ୟ ଏହି ଯୋଜନାରୁ ସାଧାରଣ ଲୋକ ସୁଫଳ ପାଇ ପାରୁ ନଥିବା ଦେଖିବାକୁ ମିଳିଛି। ଘୁ.ଉଦୟଗିରି ବ୍ଲକ୍ କଳିଙ୍ଗା ପଞ୍ଚାୟତରେ ‘ବସୁଧା’ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ବି ଗ୍ରାମବାସୀ ଟୋପାଏ ପାଣି ପାଇଁ ପ୍ରତିଦିନ ଡହଳବିକଳ ହେଉଛନ୍ତି।

ଗ୍ରାମରେ ପାନୀୟଜଳ ଯୋଗାଣ ନିମନ୍ତେ  ଖୋଳାଯାଇଥିବା ବୋରିଂର ମୋଟର୍ ଦୀର୍ଘଦିନ ହେବ ଖରାପ ହୋଇପଡ଼ିଛି। ହେଲେ ଏହାର ଏହାର ମରାମତି ହେଉନାହିଁ। ଏବିଷୟରେ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ବର୍ତ୍ତମାନ ପିଇବା ପାଣି ନପାଇ ଗ୍ରାମର ରାସେଡ଼ି ସାହି, ମାଦିସାହି, କାଣିକୁଟି, ଗେଟସାହି, ବଙ୍ଗଳା ସାହି, କଳିଙ୍ଗା ଛକ, କୂଅଁ ସାହି, ଡିଏଭି ଏବଂ ଅନ୍ୟାନ୍ୟ ଜନସାଧାରଣ ବହୁ ହଇରାଣ ହେଉଛନ୍ତି। ଅନେକ ଜାଗାରେ ପାଣି ପାଇପରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି ତ, କେଉଁଠି ପାଇପ ଫାଟି ଯାଇଛି। ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଏହାର ମରାମତି ପ୍ରତି ବିଭାଗୀୟ ଅଧିକାରୀଙ୍କ ଆଗ୍ରହ ନାହିଁ। ଆଗକୁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ସମ୍ଭାବନା ଥିବା ବେଳେ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ହାଣ୍ଡିମାଠିଆ ଧରି ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe