ଚିକିତ୍ସା ସତ୍ତ୍ବେ ଜୀବନ ସଂଗ୍ରାମରେ ହାରିଲା ଦନ୍ତା

ଚିକିତ୍ସା ସତ୍ତ୍ବେ ଜୀବନ ସଂଗ୍ରାମରେ ହାରିଲା ଦନ୍ତା

ରଣପୁର/ଟାଙ୍ଗୀ: ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ରଣପୁର ବନାଞ୍ଚଳ ଅଧୀନ ମୟୂରଝାଲିଆ ଅଞ୍ଚଳରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଦନ୍ତାର ଆଜି ମୃତ୍ୟୁ ଘଟିଛି। ବନ ବିଭାଗର ମନମାନି ଓ ଚିକିତ୍ସା ଅବହେଳାରୁ ଦନ୍ତାର ମୃତ୍ୟୁ ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନା ଥାଉକି, ସପ୍ତାହେ ଧରି ଦନ୍ତାଟିର ସମ୍ମୁଖ ବାମଗୋଡ଼ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲା ଏବଂ ସେ ରଣପୁର ବନାଞ୍ଚଳରେ ଘୂରିବୁଲୁଥିଲା। ଗତ ସପ୍ତାହରେ ଦନ୍ତାଟି ଜଙ୍ଗଲରୁ ଚମ୍ପାପେଡ଼ି ଗାଁ ଆଡ଼କୁ ପଶିଆସିଥିଲା। ଭୟଭୀତ ଗ୍ରାମବାସୀ ବନବିଭାଗକୁ ଅବଗତ କରିଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇନଥିଲା।

ଗ୍ରାମବାସୀ ଦନ୍ତାକୁ ଘଉଡ଼ାଇଥିଲେ। ଆହତ ଦନ୍ତାଟି ନିକଟସ୍ଥ ଜଙ୍ଗଲରେ ଆଶ୍ରୟ ନେଇଥିଲା। କିନ୍ତୁ ଯନ୍ତ୍ରଣା ଯୋଗୁ ଖାଦ୍ୟ-ପାନୀୟ ଛାଡ଼ି ଦେଇଥିଲା। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଥିଲା। ୩ ଦିନ ତଳେ ହାତୀଟି ମୟୂରଝାଲିଆ ପଞ୍ଚାୟତ ଅନ୍ତର୍ଗତ ବୋରବରା ମୌଜା ଅଧୀନ ଜଙ୍ଗଲରେ ଆଶ୍ରୟ ନେଇଥିଲା। ପ୍ରାଥମିକ ଅନୁସନ୍ଧାନ ପରେ ବନବିଭାଗ ସହାୟତାରେ ଚନ୍ଦକା ଅଞ୍ଚଳର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଉକ୍ତ ଜଙ୍ଗଲରେ ଦନ୍ତାକୁ ଠାବ କରି ଟାଙ୍ଗୁଲାଇଜର୍‌ ମାଧ୍ୟମରେ ଅଚେତ କରି ଚିକିତ୍ସା ଆରମ୍ଭ କରାଯାଇଥିଲା। ହେଲେ ସେତେବେଳକୁ ବହୁ ବିଳମ୍ବ ଘଟିଯାଇଥିଲା। ୩ ଦିନର ସଂଗ୍ରାମ ପରେ ଦନ୍ତାଟିର ଆଜି ସକାଳେ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe