ଆସନ୍ତାକାଲିଠାରୁ ଆରମ୍ଭ ହେବ ମଦର ହୋମ୍ ଡେଲିଭରି : ଜାଣନ୍ତୁ ଏଥିପାଇଁ କେଉଁ ସବୁ ସର୍ତ୍ତ ଓ କଟକଣା ରହିଛି

Advertisment
ଆସନ୍ତାକାଲିଠାରୁ ଆରମ୍ଭ ହେବ ମଦର ହୋମ୍ ଡେଲିଭରି : ଜାଣନ୍ତୁ ଏଥିପାଇଁ କେଉଁ ସବୁ ସର୍ତ୍ତ ଓ କଟକଣା ରହିଛି

The Quint

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ରବିବାରଠାରୁ ମଦର ହୋମ ଡେଲିଭରି ହେବ ବୋଲି ଶନିବାର ରାଜ୍ୟସରକାର ଅନୁମତି ଦେଇଛନ୍ତି। ତେବେ ହୋମ୍ ଡେଲିଭରି ମଦ ପାଇଁ ଉତ୍ସୁକ ଥିବା ଗ୍ରାହକ ଓ ଡେଲିଭରି ସେବାରେ ନିୟୋଜିତ ହେବାକୁ ଥିବା ବ୍ୟକ୍ତିଙ୍କ ପାଇଁ ରହିଛି କିଛି ସର୍ତ୍ତ । ଯାହାର ତାଲିକା ନିମ୍ନରେ ରହିଛି...

୧. ରବିବାର ଠାରୁ ମଦର ହୋମ ଡେଲିଭରି ହେବା ସହିତ  ସମୟରେ ଏହାର ବିତରଣ ଶୁଳ୍କର ହାର ଉପରେ ନିଷ୍ପତ୍ତି ନେବାକୁ ଏକ୍ସାଇଜ୍‌ କମିଶନରଙ୍କୁ ଅନୁମତି ଦିଆଯାଇଛି। ବର୍ତ୍ତମାନ ୧୦୦୦ ଟଙ୍କା ପର୍ଯ୍ୟନ୍ତ ମଦର ଅର୍ଡର ପାଇଁ ଗ୍ରାହକଙ୍କୁ ବିତରଣ ଶୁଳ୍କ ୧୦୦ ଟଙ୍କା ଏବଂ ତା’ପରେ ପ୍ରତ୍ୟେକ ଅତିରିକ୍ତ ୫୦୦ ଟଙ୍କା ପର୍ଯ୍ୟନ୍ତ ମଦ ଅର୍ଡର କଲେ ୨୫ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ପଡ଼ିବ। ତେବେ ହୋମ ଡେଲିଭରି ଶୁଳ୍କ ୩୦୦ଟଙ୍କାରୁ ଅଧିକ ହେବ ନାହିଁ।

୨. ଗ୍ରାହକଙ୍କ ପାଇଁ ଘରକୁ ମଦ ମଗାଇବାର ସମୟ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିବ। ତେବେ ଗ୍ରାହକଙ୍କୁ ଘରକୁ ମଦ ମଗାଇବା ପାଇଁ ୬ ଘଣ୍ଟାର ସମୟ ମିଳିବ।

୩.  ହୋମ ଡେଲିଭରିରେ ଯେଉଁ ସବୁ ଖୁଚୁରା ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଏଜେନ୍‌ସିଗୁଡ଼ିକ ଜଡ଼ିତ  ହେବ ସେମାନଙ୍କୁ ସମସ୍ତ ଆଇନଗତ ବ୍ୟବସ୍ଥାକୁ ଦୃଢ଼ ଭାବେ ମାନିବାକୁ ପଡ଼ିବ।

୪. ଏଥିସହିତ ରାଜ୍ୟ ଆଇନ ଅନୁଯାୟୀ, ଉକ୍ତ ଖୁଚୁରା ବ୍ୟବସାୟୀ ଓ ଅନ୍ୟାନ୍ୟ ଏଜେନ୍‌ସିଙ୍କୁ ଗ୍ରାହକଙ୍କ ଘରେ ମଦ ପହଞ୍ଚାଇବା ପୂର୍ବରୁ ମଦ୍ୟପାନର ଆଇନଗତ ବୟସ ତଥା ଅନ୍ୟାନ୍ୟ ପ୍ରତିବନ୍ଧକ ଉପରେ ବି ଧ୍ୟାନ ଦେବାକୁ ପଡ଼ିବ।

publive-image indiatimenews.com

୫. କେବଳ ଏତିକି ନୁହେଁ, ଘରେଘରେ ମଦ ପହଞ୍ଚାଇବାକୁ ଥିବା ବ୍ୟକ୍ତିମାନଙ୍କୁ ଖୁଚୁରା ବ୍ୟବସାୟୀ / ଏଜେନ୍‌ସି ଦ୍ୱାରା ଜାରି କରାଯାଇଥିବା ଆଇ- କାର୍ଡ ଏବଂ ସାଥିରେ ଇନଭଏସ୍‌ ବା ବିଲ୍ ରଖିବା ବାଧ୍ୟ୍ୟତାମୂଳକ। ଏହି ଇନଭଏସ୍‌ରେ ଗ୍ରାହକଙ୍କ ନାମ ଏବଂ ଠିକଣା ସଠିକ୍‌ ଭାବେ ରହିବା ସହିତ ମଗାଇ ଥିବା ମଦର ମୂଲ୍ୟ, ଗୁଣବତ୍ତା ଏବଂ ପରିମାଣ ସହିତ ମଦ ପଠାଇବାର ସମୟ ଏବଂ ତାରିଖ, ବିତରଣ ଦେୟ ଏବଂ ସ୍ପଷ୍ଟ ଭାବରେ .ଲେଖା ହେବା ଦରକାର।

୬. ଏପଟେ କରୋନା ଭାଇରସ୍‌ ସଂକ୍ରମଣ ନେଇ ସଚେତନତାକୁ ଦୃଷ୍ଟିରେ ରଖି ଡେଲିଭରି କରୁଥିବା ବ୍ୟକ୍ତିମାନଙ୍କୁ ମାସ୍କ ପିନ୍ଧିବା, ୬ ଫୁଟ ଦୂରତା ବଜାୟ ରଖିବା ଏବଂ ବାରମ୍ବାର ସାନିଟାଇଜର ବ୍ୟବହାର କରିବା ଭଳି ସମସ୍ତ ନୀତି ଅନୁସରଣ କରିବାକୁ ପଡ଼ିବ ।

୭.  ଯଦି କୌଣସି ହୋମ୍‌ଡେଲିଭରି କରୁଥିବା  ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଭଳି ଲକ୍ଷଣ ଥିବ କିମ୍ବା ଅସୁସ୍ଥ ଅନୁଭବ କରୁଥିବେ ତେବେ ସେ ଏ ସେବାରେ ନିୟୋଜିତ ହେବା ଉଚିତ ନୁହେଁ  ।

୮.  ଗ୍ରାହକଙ୍କୁ ମଦ କ୍ରୟ କରିବା ପାଇଁ ଡିଜିଟାଲ୍‌ ପେମେଣ୍ଟ୍‌କୁ ଆପଣାଇବାକୁ ପଡ଼ିବ। ଯାହାକି ସହଜ ହେବା ସହିତ ଏବଂ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବ।

୯. ଗ୍ରାହକ କୌଣସି କଣ୍ଟେନମେଣ୍ଟ୍ ଜୋନରେ ରହୁଥିଲେ ତାଙ୍କୁ ମଦ ଯୋଗାଇ ଦିଆଯିବ ନାହିଁ। ଏଥିସହ ସପିଂ ମଲରେ ମଦ ଯୋଗାଣ ଉପରେ କଟକଣା ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe