ବହିର୍ବିଭାଗରୁ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ

ବହିର୍ବିଭାଗରୁ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ

Jagran

ବୁର୍ଲା: ଶୁକ୍ରବାର ଆଉ ଦୁଇ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଭିମ୍‌ସାରର ପ୍ରଥମ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦୁଇ ଜଣ ରୋଗୀଙ୍କ ମଧ୍ୟରେ ଜଣେ କିଡ୍‌ନି ରୋଗୀ ରହିଛନ୍ତି। ଡାକ୍ତରଙ୍କ ପରାମର୍ଶ ପରେ ବିଭାଗରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ସେଥିରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ସେହିପରି ଅନ୍ୟ ଜଣେ ସର୍ଜରୀ ବିଭାଗର ହୋଇଥିବା ବେଳେ ପଜିଟିଭ ଚିହ୍ନଟ ପରେ ପ୍ରଥମ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜିର ରୋଗୀଙ୍କୁ ମିଶାଇ ପ୍ରଥମ କୋଭିଡ୍ ହସ୍ପିଟାଲରେ ୮ ଜଣ ରୋଗୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ କିଡ୍‌ନି ରୋଗୀ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ଥିବା ପ୍ରଥମ କୋଭିଡ୍ ହସ୍ପିଟାଲର ଇନ୍‌ଚାର୍ଜ ଡା. ମନୋରଞ୍ଜନ ନାଏକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe