ପତିତପାବନ ସାହୁ
 
ଅନୁଗୁଳ: ଅନୁଗୁଳଜିଲ୍ଲା କଣିହାଁ ବ୍ଲକ୍‌ ଭୀମକାଣ୍ଡ ନିକଟରେ ବିଷ୍ଣୁଙ୍କ ଅନନ୍ତଶୟନର ଏକ ବିଶାଳ ମୂର୍ତ୍ତି ରହିଛି। କିନ୍ତୁ ଏହି ଜାଗାକୁ ସର୍ବସାଧାରଣଙ୍କ ପ୍ରବେଶ ମନା। କାରଣ ଏବେ ଏହି ଐତିହ୍ୟ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପରିସୀମା ଭିତରେ। ସେହିପରି ଢେଙ୍କାନାଳ ଜିଲ୍ଲା ସରାଙ୍ଗ ନିକଟରେ ବ୍ରାହ୍ମଣୀ ନଦୀ ପଠାରେ ବିଷ୍ଣୁଙ୍କର ଅନନ୍ତଶୟନ ମୂର୍ତ୍ତି ରହିଛି। କିନ୍ତୁ ଏହି ଦୁଇ ମୂର୍ତ୍ତି ପର୍ଯ୍ୟଟନ ମାନଚିତ୍ରରେ ଯେତିକି ଗୁରୁତ୍ବ ପାଇବା କଥା ପାଇନାହିଁ। ଏପଟେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହା ନଷ୍ଟ ହେବାକୁ ବସିଲାଣି।  ବିଷ୍ଣୁଙ୍କର ଅନନ୍ତଶୟନ ସମୟର ଏକ ମନୋରମ ମୂର୍ତ୍ତି କଣିହାଁ ବ୍ଲକ୍‌ର ଭୀମକାଣ୍ଡ ନିକଟରେ ରହିଛି। ଏକ ପଥର ଚଟାଣରେ ଖୋଦେଇ କରାଯାଇଥିବା ଏହି ୪୧.୬ ଫୁଟ ଲମ୍ବା ମୂର୍ତ୍ତି ଅଷ୍ଟମ-ନବମ ଶତାବ୍ଦୀର ବୋଲି ଗବେଷକମାନେ କହନ୍ତି। ଏହି ପୀଠ ଅନୁଗୁଳ‌ରେ କୃଷ୍ଣ ଉପାସନାର ପ୍ରମାଣ ଦେବା ସହ ଲୋକମାନଙ୍କର କାରିଗରୀ କୌଶଳକୁ ବଖାଣୁଛି।

Advertisment

Meeting: ଓଡ଼ିଶା ଜଳ ଯୋଗାଣ ଓ ପରିମଳ ବୋର୍ଡର ବୈଠକରେ ପ୍ରଶାସନିକ ଓ କଲ୍ୟାଣକାରୀ ସଂସ୍କାର ପାଇଁ ନିଷ୍ପତ୍ତି

ଟିକିରା ନଦୀ କୂଳରେ ଏହି ମୂର୍ତ୍ତି ମିଳିବା ପରେ ଏହା ପର୍ଯ୍ୟଟକ ଓ ଗବେଷକଙ୍କ ପାଇଁ ଆକର୍ଷଣ ସାଜିଥିଲା। କିନ୍ତୁ ଏବେ ଏହି ଐତିହ୍ୟ ପୀଠକୁ ସର୍ବସାଧାରଣଙ୍କୁ ମନା। କାରଣ ଏହା ଏବେ ରା‌ଷ୍ଟ୍ରାୟତ୍ତ ଉଦ୍ୟୋଗ ଏନ୍‌ଟିପିସିର ପ୍ଲାଣ୍ଟ ଭିତରେ ରହିଛି। କେବଳ ବିଶେଷ ଅନୁମତି ନେଇ କେହି ଚାହିଲେ ଏଠାରେ ବିଷ୍ଣୁଙ୍କର ଅନନ୍ତଶୟନଙ୍କୁ ଦେଖି ପାରିବେ। ଏନ୍‌ଟିପିସି ପକ୍ଷରୁ ଏହାର ସୁରକ୍ଷା ବ୍ୟବସ୍ଥା ପ୍ରତି ନଜର ଦିଆଯାଉଥିବା କହୁଥିଲେ ମଧ୍ୟ ଏହି ବିରଳ ମୂର୍ତ୍ତିକୁ ସଂରକ୍ଷଣ କରିବା ଦିଗରେ ସେମିତି କିଛି ‌ଠୋସ୍‌ ପଦକ୍ଷେପ ନିଆଯାଇନି। ଏପଟେ ଅନୁଗୁଳ-ତାଳଚେର ସୀମାନ୍ତ ସରାଙ୍ଗ ନିକଟରେ ବ୍ରାହ୍ମଣୀ ପଠାରେ ଅନନ୍ତଶୟନ ଅବସ୍ଥାରେ ବିଷ୍ଣୁଙ୍କର ପ୍ରାୟ ୫୧ ଫୁଟର ମୂର୍ତ୍ତି ରହିଛି। 

Road: ନାଲିଫିତା ତଳେ ଘୁ.ଉଦୟଗିରି ବାଇପାସ ରାସ୍ତା ନିର୍ମାଣ ସରକାରୀ

ଏହା ନବମ ଶତାବ୍ଦୀର ବୋଲି ଅନୁମାନ କରାଯାଉଛି। ଏହାକୁ ଭାରତର ସର୍ବବୃହତ୍‌ ଶାୟିତ ବିଷ୍ଣୁ ମୂର୍ତ୍ତି ବୋଲି କୁହାଯାଏ।  ଏହି ପ୍ରସ୍ତର ମୂର୍ତ୍ତିରେ ଠାକୁରଙ୍କ ୪ଟି ହାତ ରହିଥିଲା ବେଳେ ଏଥିରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ରହିଛି। ଖୋଲା ଆକାଶ ତଳେ ରହିଥିବା ଏହି ମୂର୍ତ୍ତି ଦିନକୁ ଦିନ କ୍ଷୟ ‌ହେବାରେ ଲାଗିଛି। ଅଧିକ କ୍ଷତି ପହଞ୍ଚାଉଛି ବ୍ରାହ୍ମଣୀ ବନ୍ୟା। ବନ୍ୟାପାଣି ମୂର୍ତ୍ତିକୁ କ୍ଷତି ପହଞ୍ଚାଉଥିଲେ ମଧ୍ୟ ଏଥିରୁ ସୁରକ୍ଷା ଦେବା ପାଇଁ ଦୀର୍ଘମିଆଦି ଯୋଜନା କରାଯାଉନି। ଏଣୁ ମୂର୍ତ୍ତିର କିଛି ଅଂଶ ନଷ୍ଟ ହୋଇଗଲାଣି। ପର୍ଯ୍ୟଟନ ବିଭାଗ ପକ୍ଷରୁ ପୀଠରେ ବୋର୍ଡ ମାରି କାମ ସାରି ଦିଆଯାଇଛି। ଏନେଇ ଗବେଷକ ଡ. ଧରଣୀଧର ନାଥ କହିଛନ୍ତି, ଐହିତ୍ୟର ସୁରକ୍ଷା ନିହାତି ଆବଶ୍ୟକ। ଏହି ଦୁଇ ପୀଠକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯାଇ ଉତ୍ତର ପିଢ଼ି ପାଇଁ ସୁରକ୍ଷିତ ରଖାଯିବା ଦରକାର।