ବିନା ଶୋଭାଯାତ୍ରାରେ ହେଲା ଦେବ ନିମନ୍ତ୍ରଣ, ବାଲୁଙ୍କେଶ୍ବର ବାବାଙ୍କ ବିବାହ ପାଇଁ ନୃସିଂହ ଦେଲେ ନିଉତା

Advertisment

ଲୋକନାଥ, ଜାଗେଶ୍ବର, ଶୀତଳେଶ୍ବର, ଗୁପ୍ତେଶ୍ବର ବାବାଙ୍କ ପତର୍‌ପେଣ୍ଡି ଆଜି

ଲୋକନାଥ, ଜାଗେଶ୍ବର, ଶୀତଳେଶ୍ବର, ଗୁପ୍ତେଶ୍ବର ବାବାଙ୍କ ପତର୍‌ପେଣ୍ଡି ଆଜି

ବିନା ଶୋଭାଯାତ୍ରାରେ ହେଲା ଦେବ ନିମନ୍ତ୍ରଣ, ବାଲୁଙ୍କେଶ୍ବର ବାବାଙ୍କ ବିବାହ ପାଇଁ ନୃସିଂହ ଦେଲେ ନିଉତା

ସମ୍ବଲପୁର : ବଂବଂ ବରାଡ଼ ବାଲୁଙ୍କେଶ୍ବର ବାବା ଓ ମାତା ପାର୍ବତୀଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ରବିବାର ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି। ଗତ ବର୍ଷ ଭଳି ଏଥର ବି ନା ଥିଲା ବାଦ୍ୟ, ନୃତ୍ୟ, ନା ଥିଲା ଶୋଭାଯାତ୍ରା। ଏପରିକି ଭଗବାନ ନୃସିଂହ ନିଜ ସୁସଜ୍ଜିତ ପରଭା ଓ ବିମାନରେ ଏଥର ବିରାଜମାନ ହୋଇ ନଥିଲେ। କେବଳ ମନ୍ଦିର ଭିତରେ ତାଙ୍କର ପୂଜାର୍ଚ୍ଚନା ଓ ଆଳତି କରା ଯାଇଥିଲା। କିନ୍ତୁ କୋଭିଡ୍ ଜନିତ ଜରୁରୀ ପରିସ୍ଥିତି କାରଣରୁ ଭଗବାନ ନୃସିଂହ ଏଥର ଦେବ ନିମନ୍ତ୍ରଣ ପାଇଁ ସ୍ବଦେହରେ ଦେବାଳୟ ଗୁଡ଼ିକୁ ଯାଇ ନଥିଲେ। ତାଙ୍କ ତରଫରୁ ପଡ଼ାର ମୁରବୀଗଣ ନିୟମିତ ଶୋଭାଯାତ୍ରା ପଥରେ ଥିବା ବିଭିନ୍ନ ଦେବାଳୟକୁ ଯାଇ ଦେବାଦେବୀ ମାନଙ୍କୁ ବାଲୁଙ୍କେଶ୍ବର ବାବା ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବରେ ଅତିଥି ଭାବେ ଯୋଗ ଦେବା ନିମନ୍ତେ ଗୁଆ ନିଉତା ପ୍ରଦାନ କରିଥିଲେ।

ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ବରପିତା ରାମଚରଣ ମିଶ୍ର, ପଣ୍ଡିତ ଶଶାଂକ ମିଶ୍ରଙ୍କ ସମେତ ପଡ଼ାର ହାତଗଣତି ମୁରବୀ ସାମିଲ ହୋଇଥିଲେ। ପୂର୍ବରୁ ହୋଇଥିବା ନିଷ୍ପତ୍ତି ‌ଅନୁଯାୟୀ ସମ୍ବଲପୁରର ସର୍ବପୁରାତନ ନନ୍ଦପଡ଼ା ଯାତ୍ରା କମିଟି ପକ୍ଷରୁ ନୃସିଂହ ନିଉତା କାର୍ଯ୍ୟକ୍ରମକୁ ଅତ୍ୟନ୍ତ ନିରାଡ଼ମ୍ବରଭାବେ ସମ୍ପନ୍ନ କରା ଯାଇଥିଲା। ସାମାଜିକ ଦୂରତା ରଖି ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା। ନୃସିଂହ ଭଗବାନ ଶୋଭାଯାତ୍ରାରେ ବିଭିନ୍ନ ଦେବାଳୟକୁ ନଯିବା ୪୦୦ ବର୍ଷ ପୁରୁଣା ଶୀତଳଷଷ୍ଠୀ ଯାତ୍ରା ପରଂପରାରେ ଲଗାତାର ଦ୍ବିତୀୟ ବର୍ଷ ପାଇଁ ବ୍ୟତିକ୍ରମ ସୃ‌ଷ୍ଟି କରିଛି। ରବିବାର ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡ଼ାର ଗୁପ୍ତେଶ୍ବର ବାବାଙ୍କ ପତରପେଣ୍ଡି ଉତ୍ସବ କୋଭିଡ୍ କଟକଣା ମଧ୍ୟରେ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe