ବିରହ ସହି ନପାରି ଦିଅର ଭାଉଜଙ୍କ ଆତ୍ମହତ୍ୟା ଉଦ୍ୟମ

Advertisment
ବିରହ ସହି ନପାରି ଦିଅର ଭାଉଜଙ୍କ ଆତ୍ମହତ୍ୟା ଉଦ୍ୟମ

globalkashmir.net

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଲୁଣିବାହାଲ ପଞ୍ଚାୟତର ବଡ଼ବନ୍ଧ ଗ୍ରାମରେ ଦିଅର ଭାଉଜଙ୍କ ପ୍ରେମ ସମ୍ପର୍କର କରୁଣ ପରିଣତି ଦେଖିବାକୁ ମିଳିଛି। ଉଭୟଙ୍କୁ ମଙ୍ଗଳବାର ସକାଳୁ ପରିବାର ଲୋକେ ବିଷପାନ କରିଥିବା ଅବସ୍ଥାରେ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରିଥିବା ଜଣାଯାଇଛି।

ଏହି ଗାଁର ଏକ ଦିଅର ଭାଉଜଙ୍କ ମଧ୍ୟରେ ଦୀର୍ଘଦିନ ହେଲା ପ୍ରେମ ସମ୍ପର୍କ ରହିଥିଲା। ଗତ ମାର୍ଚ୍ଚ ମାସ ୨୦ ତାରିଖରେ ଦିଅରର ବିବାହ ହୋଇଥିଲା। ଫଳରେ ପୂର୍ବ ପରି ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଓ ମିଳାମିଶା ସମ୍ଭବ ହୋଇନଥିଲା। ବିରହ ବେଦନା ସହ୍ୟ କରି ନପାରି ଶେଷରେ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଉଭୟ ଗତ ୨୦ ତାରିଖ ଦିନ ସକାଳେ ଗାଁ ନିକଟସ୍ଥ ମୁଣ୍ଡିଆକୁ ଯାଇ କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକ ଖୋଜାଖୋଜି କରି ମୁଣ୍ଡିଆ ଉପରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଭାଉଜଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ବୌଦ୍ଧରେ ଚିକିତ୍ସାଧୀନ ଥିବା ଦିଅରର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe