ଟ୍ରେନ୍‌ ଆଗକୁ ଡେଇଁ ଦିଅର-ଭାଉଜଙ୍କ ଆତ୍ମହତ୍ୟା

ଟ୍ରେନ୍‌ ଆଗକୁ ଡେଇଁ ଦିଅର-ଭାଉଜଙ୍କ ଆତ୍ମହତ୍ୟା

କଣ୍ଟାବାଞ୍ଜି/ ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଡୁଆଝର ଗାଁର ତନୁଜା ମେହେରଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଉଦ୍ୟମ ମାମଲାର ଭିନ୍ନ ମୋଡ଼ ନେଇଛି। ତନୁଜାଙ୍କୁ ହତ୍ୟା ଉଦ୍ୟମ କରିଥିବା ତାଙ୍କ ସ୍ୱାମୀ ହେରାମ୍ବ ମେହେର ଓ ଯାଆ (ହେରାମ୍ବଙ୍କ ଭାଉଜ) ପୂର୍ଣ୍ଣିମା ମେହେର କଂଟାବାଞ୍ଜି ରେଳଲାଇନ୍‌ରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଡୁଆଝର ଗାଁର ହେରାମ୍ବ ବୈଦିକ ରୀତିରେ ତନୁଜାଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ ନଥିଲା। ଶେଷରେ ତନୁଜାଙ୍କୁ ସବୁଦିନ ପାଇଁ ହଟାଇ ଦେବାକୁ ହେରାମ୍ବ ଶନିବାର ଇଞ୍ଜେକସନରେ ବିଷ ଦେଇ ହତ୍ୟା ଉଦ୍ୟମ କରିଥିଲେ। ହେରାମ୍ବ ତାଙ୍କ ଭାଉଜ ପୂର୍ଣ୍ଣିମାଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ତନୁଜାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ବୋଲି ତନୁଜାଙ୍କ ବାପା ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ। ତନୁଜାଙ୍କୁ ସଂକଟାପନ୍ନ ଅବସ୍ଥାରେ ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ହେରାମ୍ବ ଓ ତାଙ୍କ ଭାଉଜ ପୂର୍ଣ୍ଣିମା ଫେରାର୍‌ ହୋଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe