ଦୁର୍ଗମରେ ବାଟ ହୁଡ଼ିଛି ବିକାଶ: ଗାଁକୁ ନାହିଁ ଭଲ ପାଦ ଚଲା ରାସ୍ତା

ଦୁର୍ଗମରେ ବିକାଶ ଅପହଞ୍ଚ। ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରୁ ମାତ୍ର ୫ କି.ମି ଦୂରତା କିନ୍ତୁ ବର୍ତ୍ତମାନ ବି ପକ୍କା ରାସ୍ତାରୁ ବଞ୍ଚିତ। ଗ୍ରାମର ଯୁଆଡ଼େ ଦେଖିବେ ପାଦଚଲା ବାଟ। ବର୍ଷ ସାରା ରୋଗୀକୁ ଖଟିଆ ଭରସା। ଗ୍ରାମର ଯୁଆଡ଼େ ଦେଖିବେ ବସୁଧା ପ୍ରକଳ୍ପ।

ସ୍ବାଧୀନତାର ୭୮ ବର୍ଷ ପରେ ବି ଅବହେଳିତ

ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ): ଦୁର୍ଗମରେ ବିକାଶ ଅପହଞ୍ଚ। ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରୁ ମାତ୍ର ୫ କି.ମି ଦୂରତା କିନ୍ତୁ ବର୍ତ୍ତମାନ ବି ପକ୍କା ରାସ୍ତାରୁ ବଞ୍ଚିତ। ଗ୍ରାମର ଯୁଆଡ଼େ ଦେଖିବେ ପାଦଚଲା ବାଟ। ବର୍ଷ ସାରା ରୋଗୀକୁ ଖଟିଆ ଭରସା। ଗ୍ରାମର ଯୁଆଡ଼େ ଦେଖିବେ ବସୁଧା ପ୍ରକଳ୍ପ। କିନ୍ତୁ ଚୁଆପାଣି ଦୂର କରୁଛି ଗ୍ରାମବାସୀଙ୍କ ଜଳ କଷ୍ଟ। ହେଲେ ଦୀର୍ଘ ଦୁଇ ବର୍ଷ ହେଲା ବସୁଧା ପ୍ରକଳ୍ପ କାର୍ଯ ଚାଲିଛି ମନ୍ଥର ଗତିରେ।

ଗ୍ରାମବାସୀ ସରପଞ୍ଚଙ୍କ ଠାରୁ ବ୍ଲକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ ସବୁଠି ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ନିଦାବିଷ୍ଣୁ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଜାମଦା ବ୍ଲକ ତାରଣା ଗ୍ରାମପଞ୍ଚାୟତର ତାରଣା ଗ୍ରାମର ଗାଡ଼ା ସାହିରେ। ଗ୍ରାମରେ ୫୦ରୁ ଅଧିକ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।

publive-image

ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଲୋକେ ବର୍ଷା ଦିନରେ ରାସ୍ତା ପାଇଁ ଅସୁବିଧାର ସମ୍ମୁଖୀନ ହେଇଥାନ୍ତି। କିନ୍ତୁ ଏମାନେ ବର୍ଷର ପ୍ରତ୍ୟକ ଦିନ ରାସ୍ତା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ଗ୍ରାମକୁ ଯିବା ରାସ୍ତା ବ୍ୟତୀତ ଯୁଆଡେ ଦେଖିବେ କେବଳ ଚଲାପଥ, ତେଣୁ ଗାଁ  ଯିବାଆସିବା କରି ପାରେ ନାହିଁ ଚାରିଚକିଆ ଯାନ, ଯାହା ଫଳରେ ବର୍ଷର ପ୍ରତ୍ୟକ ଦିନ ରୋଗୀଙ୍କୁ ଖଟିଆ ଭରସା। ଦୀର୍ଘ ଦିନରୁ ଏହି ଗ୍ରାମରେ ପାନୀୟ ଜଳ କଷ୍ଟ ରହିଥିବା ବେଳେ ବହୁ ରାଲି ଓ ଅଭିଯୋଗପରେ ମଦ୍ଧ ଯଦିଅ ସରକାର ଜଳ କଷ୍ଟ ଦୂର କରିବା ପାଇଁ ଗ୍ରାମ ନିମନ୍ତେ ଦୁଇଟି ବସୁଧା ପ୍ରକଳ୍ପ ଦେଲେ କିନ୍ତୁ ଜାମଦା ଜଳ ଯୋଗାଣ ବିଭାଗର ଦାୟୀତ୍ୱ ହୀନତା ପାଇଁ ୨୦୨୨ ମସିହାରେ  ଆରମ୍ଭ ହୋଇଥିବା ପ୍ରକଳ୍ପ କାର୍ଯ ମନ୍ଥର ଗତିରେ ଚାଲି ଥିବାରୁ ଏବେସୁଦ୍ଧା ସମ୍ପୂର୍ଣ୍ଣ ହୋଇ ପାରି ନାହିଁ, ଯାହା ଫଳରେ ଗ୍ରାମବାସୀ ଏକ ମରମ ଗାଡ଼ିଆ ପାଖରେ ଏକ ମାଟି ଚୁଆ କରି ଜଳ କଷ୍ଟ ଦୂର କରୁଛନ୍ତି। ତେବେ ଦେଖିବାକୁ ବାକି ରହିଲା ଗ୍ରାମବାସୀଙ୍କ ସମସ୍ୟା କେବେ ଦୂର ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe