ବାଟ ହୁଡ଼ିଛି ବିକାଶ: ପାଣି, ବିଜୁଳି, ରାସ୍ତା ଓ ମୋବାଇଲ୍‌ ନେଟ୍‌ୱର୍କ ନାହିଁ

Advertisment

ସୁନ୍ଦରଗଡ଼ ଜିଲ୍ଲାରେ ଏମିତି ଅନେକ ଗାଁ ଓ ବସ୍ତି ଅଛି, ଯେଉଁଠି ଆଜି ପର୍ଯ୍ୟନ୍ତ ବିକାଶର ଛାଇ ପଡ଼ିନି। ରାଉରକେଲା ସହରଠୁ ମାତ୍ର ୧୭/୧୮ କିମି ଦୂର ଲାଠିକଟା ଓ ଗୁରୁଣ୍ଡିଆ ସୀମାନ୍ତରେ ୬ରୁ ଅଧିକ ବସ୍ତି ଓ ଗାଁର ଲୋକେ ଅତ୍ୟନ୍ତ ଅବହେଳିତ।

ସୁନ୍ଦରଗଡ଼ ଜିଲ୍ଲାରେ ଏମିତି ଅନେକ ଗାଁ ଓ ବସ୍ତି ଅଛି, ଯେଉଁଠି ଆଜି ପର୍ଯ୍ୟନ୍ତ ବିକାଶର ଛାଇ ପଡ଼ିନି। ରାଉରକେଲା ସହରଠୁ ମାତ୍ର ୧୭/୧୮ କିମି ଦୂର ଲାଠିକଟା ଓ ଗୁରୁଣ୍ଡିଆ ସୀମାନ୍ତରେ ୬ରୁ ଅଧିକ ବସ୍ତି ଓ ଗାଁର ଲୋକେ ଅତ୍ୟନ୍ତ ଅବହେଳିତ।

sfssfsf

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଏମିତି ଅନେକ ଗାଁ ଓ ବସ୍ତି ଅଛି, ଯେଉଁଠି ଆଜି ପର୍ଯ୍ୟନ୍ତ ବିକାଶର ଛାଇ ପଡ଼ିନି। ରାଉରକେଲା ସହରଠୁ ମାତ୍ର ୧୭/୧୮ କିମି ଦୂର ଲାଠିକଟା ଓ ଗୁରୁଣ୍ଡିଆ ସୀମାନ୍ତରେ ୬ରୁ ଅଧିକ ବସ୍ତି ଓ ଗାଁର ଲୋକେ ଅତ୍ୟନ୍ତ ଅବହେଳିତ। ୩ କିମି ପାହାଡ଼ ଚଢ଼ିଲେ ଏମାନେ ନିଜ ଗାଁରେ ପହଞ୍ଚିଥାନ୍ତି। ଏସବୁ ଗାଁ ମଧ୍ୟରେ ରହିଛି କୁସୁମଟୋଲା, ହଳଦୀବେଡ଼ା, ପୋଖରୀଟୋଲା, ଚୁରୁମାଢ଼ିପା, ହିନ୍ଦିପିଡିହି ଓ କେନ୍ଦୁଘାଟି। ପ୍ରାୟ ଦେଢ଼ଶହରୁ ଅଧିକ ପରିବାର ବାସ କରୁଥିବା ଗାଁଗୁଡ଼ିକ ଯେମିତି ସରକାରୀ କଳ ପାଇଁ କୌଣସି ଗୁରୁତ୍ବ ରଖେ ନାହିଁ। ଆଜି ପର୍ଯ୍ୟନ୍ତ ଏହି ଗାଁଗୁଡ଼ିକ ପାଇଁ ବିଜୁଳି ଆଲୁଅ ସାତସପନ। ଭଲ ରାସ୍ତା ବି ନାହିଁ। ବିଶୁଦ୍ଧ ପାଇପ୍‌ ପାଣି ବିଷୟ ନ କହିବା ଭଲ। ପାହାଡ଼ ପାଦଦେଶରେ ଥିବା କୂଅପାଣି ଏକମାତ୍ର ଭରସା। ଖରାଦିନେ କୂଅ ଶୁଖିଗଲେ ପାଣି ପାଇଁ ଏମାନେ ପ୍ରାୟ ୫ କିମି ଦୂରକୁ ଯାଇଥାନ୍ତି। ମୋବାଇଲ୍‌ ସେବା ନାହିଁ। ମୋବାଇଲରେ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ସହ ଭଲମନ୍ଦ ପଦଟିଏ କଥା ହେବାକୁ ଏମାନଙ୍କୁ ଗାଁଠାରୁ ୭ କିମି ଦୂର ବଜାର ଆସିବାକୁ ପଡ଼ିଥାଏ। ପୁଣି ସେଠାରେ ମୋବାଇଲକୁ ଚାର୍ଜ କରି ଘରକୁ ଫେରିଯାଆନ୍ତି। 

ବିଜୁଳି ନଥିବାରୁ ପିଲାମାନେ ଡିବିରି ଆଲୁଅରେ ପାଠ ପଢ଼ନ୍ତି। ହାତୀ ଆକ୍ରମଣ ଭୟ ଏମାନଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି। ସଞ୍ଜ ନଇଁଲେ ବାହାରକୁ କାମ ପାଇଁ ଯାଇଥିବା ଲୋକେ ଗାଁକୁ ଫେରିଆସନ୍ତି। ଅତି ଜରୁରି କାମ ନଥିଲେ ସଂଧ୍ୟା ପରେ କେହି ଘରୁ ବାହାରନ୍ତି ନାହିଁ। ଭୋଟବର୍ଜନ ନିଷ୍ପତ୍ତି ନେଇଥିବାରୁ ବର୍ଷକ ତଳେ ଜିଲ୍ଲା ପ୍ରଶାସନର ଅଧିକାରୀ ୬ ଗାଁ ଓ ବସ୍ତି ପରିଦର୍ଶନରେ ଯାଇଥିଲେ। ଗାଁରେ ରହୁଥିବା ଲୋକଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ଅବଗତ ହୋଇଥିଲେ। ନିର୍ବାଚନ ପୂର୍ବରୁ ରାସ୍ତା ଓ ଆଲୋକ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ନିର୍ବାଚନ ସରିବା ପରେ ଏମାନଙ୍କ ସମସ୍ୟାକୁ ବିଭାଗୀୟ ଅଧିକାରୀ ଭୁଲିଗଲେ। ଏବେ ସରକାର ବଦଳିଛି।  ବର୍ଷବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ଗ୍ରାମବାସୀ ବିକାଶର ଆଲୋକ ଦେଖିବେ ବୋଲି ଆଶା ବାନ୍ଧିଛନ୍ତି। ଗାଁର ସେବିଆନ୍‌ ମାନ୍‌କି କହନ୍ତି, ଗତ ୨୫ ବର୍ଷ ମଧ୍ୟରେ ପୂର୍ବ ସରକାର ଆମକୁ ବହୁ ପ୍ରତିଶ୍ରୁତି ଦେଇଥିଲେ। ରାସ୍ତା, ବିଜୁଳି ଓ ପାନୀୟ ଜଳ ସମସ୍ୟା ଆଦିରୁ ଗୋଟିଏ ବି ସମାଧାନ ହୋଇପାରିଲା ନାହିଁ। ଫୁଲମଣି ମାନ୍‌କି କହିଛନ୍ତି, ଏବେ ନୂଆ ସରକାର ଆସିଛି। ଉପାନ୍ତ ଗାଁର ବିକାଶକୁ ପ୍ରାଥମିକତା ଦେବେ ବୋଲି ଆମେ ଆଶାବାଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe