ଦୁର୍ଗମ ଅଞ୍ଚଳର ବିକାଶ: କେନ୍ଦ୍ର କହୁଛି- ଦେଶ ଆଗଉଛି, ରାଜ୍ୟ ସରକାର ଦେଖାଉଛନ୍ତି ଉନ୍ନତିର ଚିତ୍ର

Advertisment
ଦୁର୍ଗମ ଅଞ୍ଚଳର ବିକାଶ: କେନ୍ଦ୍ର କହୁଛି- ଦେଶ ଆଗଉଛି, ରାଜ୍ୟ ସରକାର ଦେଖାଉଛନ୍ତି ଉନ୍ନତିର ଚିତ୍ର

ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଳକ ଅନ୍ତର୍ଗତ ଲିଙ୍ଗାଗଡ ପଞ୍ଚାୟତର ଏକ ଅପହଞ୍ଚ ଏବଂ ଦୁର୍ଗମ ଅଞ୍ଚଳ ହେଉଛି ମୁଣ୍ଡାକାଙ୍ଗା ନିକଟ ହସ୍ତିନାପୁର। ପୂର୍ବରୁ ଯାହାର ନାମ ଥିଲା ହାତୀକ୍ଲାଉ। ଏହି ଗାଁ ସବୁ କ୍ଷେତ୍ରରେ ଅବହେଳିତ। ନାହିଁ ନାହିଁର ଗାଁ ହସ୍ତିନାପୁର। ନା ଅଛି ରାସ୍ତା ନା ପାଣି ନା ବିଦ୍ୟାଳୟ। ଅଙ୍ଗନବାଡି କି ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ନାହିଁ। ଦେଶ ପାଳନ କରୁଛି ଆଜାଦି କା ଅମୃତ ମହୋତ୍ସବ। ଏଠି ଲୋକେ ମୌଳିକ ସୁବିଧାରୁ ବଂଚିତ ହୋଇ ଏକ ପ୍ରକାର ଜଙ୍ଗଲୀ ଜୀବନଯାପନ କରୁଛନ୍ତି। ତଥାପି କେନ୍ଦ୍ର ସରକାର କହୁଛନ୍ତି ଆମ ଦେଶ ଆଗଉଛି। ରାଜ୍ୟ ସରକାର ବିକାଶର ଚିତ୍ର ଦେଖାଉଛନ୍ତି।

ପାହାଡ଼-ପର୍ବତ ଘେରା ଏକ ଦୁର୍ଗମ ପାହାଡିଆ ଗାଁ ହେଉଛି ହସ୍ତିନାପୁର ଲିଙ୍ଗାଗଡ ପଞ୍ଚାୟତର ୫ନଂ ୱାର୍ଡ, ଯେଉଁଠି ୨୦ ପରିବାରର ୧୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ଲୋକ ବସବାସ କରୁଛନ୍ତି। ସମସ୍ତେ ପ୍ରାୟ ଚାଷ ବାସ କରି ନିଜ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି।ହଳଦୀ ଚାଷ ସହ ବିନ୍ସ,ଫୁଲକୋବି, ବନ୍ଧାକୋବି, ଚାଷ ସହ ଧାନ ଚାଷ କରନ୍ତି ଏହି ଅଧିବାସୀମାନେ। ଏହା ସହ ନିକଟ ଜଙ୍ଗଲରୁ ମହୁଲ ଫୁଲ, ଶାଳ ମଞ୍ଜି, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି।

ଗାଁକୁ ରାସ୍ତାଟିଏ ନାହିଁ। ନା ଗାଡି ଯାଇପାରୁଛି ନା ରୋଗୀକୁ ଆମ୍ବୁଲାନ୍ସ ସେବା ମିଳିପାରୁଛି। ଉତ୍ପାଦିତ ଫସଲକୁ ବିକ୍ରି କରିବା ନିମନ୍ତେ ଭାର କରି ବୋହି ନେବାକୁ ପଡୁଛି ୨କିମି ରାସ୍ତା। ସେହିଭଳି ଗର୍ଭବତୀ ମା ହୁଅନ୍ତୁ କି ବୃଦ୍ଧ ବୃଦ୍ଧ ରୋଗଗ୍ରସ୍ତ ହେଲେ ହସ୍ପିଟାଲ ଯିବା ନିମନ୍ତେ ଦୋଳା କିମ୍ବା ଭାର ଏକ ମାତ୍ର ଭରସା। ଗାଁରେ ନାହିଁ ବିଦ୍ୟାଳୟ। ଦୀର୍ଘ ବାଟ ଚାଲି ଚାଲି ମୁଣ୍ଡାକାଙ୍ଗା ପହଁଚିଲେ ପିଲା ପାଠ ପଢିବେ। ଗାଁରେ ପିଇବା ନିମନ୍ତେ ପାନୀୟ ଜଳର ବ୍ୟବସ୍ଥା ନାହିଁ। ନାଳ, ଚୁଆ ଏକ ମାତ୍ର ଭରସା। ଏହିଭଳି ବହୁବିଧ ସମସ୍ୟା ଭିତରେ ଥୁବା ହସ୍ତିନାପୁର ଉପରେ ପ୍ରଶାସନର ନଜର ପଡିଛି।

publive-image

ସ୍ବାଧୀନତାର ୭୫ବର୍ଷ ଭିତରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ଏହି ଗାଁରେ ପଡି ନଥିବା ବେଳେ ପ୍ରଶାସନ ପକ୍ଷରୁ ପରିବର୍ତ୍ତନ ମେଳା ହସ୍ତିନାପୁର ପାହାଡ଼ ପାଦଦେଶରେ ଅନୁଷ୍ଠିତ ହୋଇଥିଲା। ଚାଲିଚାଲି ଯାଇ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ସରକାରଙ୍କ ଯୋଜନା ବିଷୟରେ ଅବଗତ କରେଇବା ସହ ଲୋକଙ୍କ ନିଜସ୍ୱ ସମସ୍ୟା ସମାଧାନ ସହ ସାମୁହିକ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥିଲେ। ପରିବର୍ତ୍ତନ ମେଳା ଯୋଗୁଁ ଅଞ୍ଚଳବାସୀ ଖୁସି ଥିଲେ। ଲୋକଙ୍କ ବିଶ୍ବାସ ରହିଥିଲା ଯାହାହେଉ ଆମ ପାଖରେ ବାବୁମାନେ ପହଞ୍ଚିଛନ୍ତି ଆମ ସମସ୍ୟାର ସମାଧାନ ହୋଇଯିବ ବୋଲି ଭରସା ରଖିଛନ୍ତି।

ପରିବର୍ତ୍ତନ ମେଳାରେ ସ୍ଥାନୀୟ ଲୋକ ପ୍ରଶାସନ ଉପରେ ଯେଉଁ ବିଶ୍ୱାସ ଭରସା ରଖିଛନ୍ତି ସେଇ ବିଶ୍ୱାସ ଭରସା ରଖି ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ସମସ୍ୟାର ସମାଧାନ କରି ମନ ଜିଣିପାରିବେ ତ? ପରିବର୍ତ୍ତନ ମେଳା ପରେ ଅପହଞ୍ଚ ଦୁର୍ଗମ ହସ୍ତିନାପୁର ଗାଁର ପରିବର୍ତ୍ତନ ହେବ ତ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି। ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ରହିଲେ ସେବା ମାନବୃତି ରହିଲେ କନ୍ଧମାଳ ଜିଲ୍ଲାପାଳଙ୍କ ଯେଉଁ ପରିବର୍ତ୍ତନ ମେଳା ଭଳି ଜନହିତକର କାର୍ଯ୍ୟକ୍ରମର ସଫଳତା ମିଳିପାରିବ। ଆଗକୁ ଦେଖିବାକୁ ବାକି ରହିଲା ପରିବର୍ତ୍ତନ ମେଳା ମାଧ୍ୟମରେ ଦୁର୍ଗମ ଅଞ୍ଚଳ କେତେ ପରିବର୍ତ୍ତନ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe