ବିକାଶ ନା ବିନାଶ? ରାସ୍ତା ପ୍ରଶସ୍ତୀକରଣ ନାଁରେ କାଟିଦେଲେ ୩ ହଜାର ଗଛ ନିଗମକୁ ନନେଇ ପୋଡ଼ିଦେଲେ

Advertisment

ବଢ଼ୁଛି ପ୍ରଦୂଷଣ, ତେଜୁଛି ଅସନ୍ତୋଷ

ବଢ଼ୁଛି ପ୍ରଦୂଷଣ, ତେଜୁଛି ଅସନ୍ତୋଷ

ବିକାଶ ନା ବିନାଶ? ରାସ୍ତା ପ୍ରଶସ୍ତୀକରଣ ନାଁରେ କାଟିଦେଲେ ୩ ହଜାର ଗଛ ନିଗମକୁ ନନେଇ ପୋଡ଼ିଦେଲେ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ବିଭିନ୍ନ ବିକାଶ କାର୍ଯ୍ୟ ଜାରି ରହିଛି। ସେଥିମଧ୍ୟରୁ ପାଟଣାଗଡ଼-ଖପ୍ରାଖୋଲ ଏବଂ ପାଟଣାଗଡ଼-ପଦ୍ମପୁର ରାସ୍ତା ପ୍ରଶସ୍ତୀକରଣ କରାଯାଉଛି। ଏଥିପାଇଁ ପାଟଣାଗଡ଼-ଖପ୍ରାଖୋଲ ରାସ୍ତାର ପାଟଣାଗଡ଼ ରେଞ୍ଜ ଅଧୀନରେ ଥିବା ୧୬୦୮ଟି ବଡ଼ ବଡ଼ ଗଛ କଟାଯାଇଛି। ସେହିପରି ପାଟଣାଗଡ଼-ପଦ୍ମପୁର ରାସ୍ତାରେ ଥିବା ୧୫୦୦ରୁ ଅଧିକ ବଡ଼ବଡ଼ ଗଛକୁ ମଧ୍ୟ କଟାଯାଇଛି।

ଗଛ କାଟିବା ଦାୟିତ୍ବ ବନ ନିଗମର।‌ ନିଗମ ଗଛକାଟି ତାକୁ ନେଇ ଗଚ୍ଛିତ ରଖି ସେଥିରୁ କାଠ, ପଟା ଆଦି ସାମଗ୍ରୀ ତିଆରି କରିବା କଥା। ହେଲେ ସେଥିମଧ୍ୟରୁ କିଛି ନିଆଯାଇଥିବା ବେଳେ ଆଉ କିଛି ରାସ୍ତା କଡ଼ରେ ବିଭିନ୍ନ ସ୍ଥାନମାନଙ୍କରେ ଗଚ୍ଛିତ ରଖାଯାଇଛି। କିଛି କାଠଗଣ୍ଡି ଗୁଡ଼ିକ ବର୍ତ୍ତମାନ ଖତ ଖାଇବାକୁ ବସୁଥିବା ଦେଖିବାକୁ ମିଳୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, କିଛି କାଠଗଣ୍ଡି ଓ ଗଛ ଗୁଡ଼ିକୁ ସମ୍ପୃକ୍ତ ସ୍ଥାନରେ ହିଁ ପୋଡ଼ି ଦିଆଯାଉଥିବା ଦେଖିବାକୁ ମିଳିଛି।

ଫଳରେ ଗଛଗୁଡ଼ିକ ନା ଜନସାଧାରଣଙ୍କ କାମରେ ଆସୁଛି ନା ନିଗମ କାମରେ। ତେବେ ଗ୍ରୀଷ୍ମ ପ୍ରବାହ ସମୟରେ ଗଛ ପୋଡ଼ା ଯୋଗୁଁ ଅଞ୍ଚଳରେ ତାପମାତ୍ରା ଆହୁରି ବୃଦ୍ଧି ପାଇବାରେ ଲାଗିଛି। ପୁଣି ସେଥିରୁ ବାହାରୁଥିବା ଧୂଆଁ ଯୋଗୁଁ ଅଞ୍ଚଳ ପ୍ରଦୂଷିତ ମଧ୍ୟ ହେଉଛି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଭାଗୀୟ ଉଚ୍ଚ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ସହ କଟା ଯାଇଥିବା ସ୍ଥାନରେ ନୂଆ ଗଛ ଲଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe