ଉନ୍ନୟନ କମିସନରଙ୍କ ଝାରସୁଗୁଡ଼ା ଗସ୍ତ, ଜିଲ୍ଲାରେ ଆରମ୍ଭ ହେବ ଏଗ୍ରି କନ୍‌ଭରଜେନ୍‌ସ କାର୍ଯ୍ୟକ୍ରମ

ଦ୍ବିତୀୟ ଲହରକୁ ସଫଳତାର ସହ ରୋକିବା, କୋିଭିଡ୍ ନିୟମ ମାନି ଚଳିବା

ଉନ୍ନୟନ କମିସନରଙ୍କ ଝାରସୁଗୁଡ଼ା ଗସ୍ତ, ଜିଲ୍ଲାରେ ଆରମ୍ଭ ହେବ ଏଗ୍ରି କନ୍‌ଭରଜେନ୍‌ସ କାର୍ଯ୍ୟକ୍ରମ

ଝାରସୁଗୁଡ଼ା: ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର ପ୍ରଦୀପ ଜେନା ଆଜି ପଶ୍ଚିମ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ଝାରସୁଗୁଡ଼ା ଜିଲ୍ଲାରେ ପହଞ୍ଚିଛନ୍ତି। ଜିଲ୍ଲାରେ ପହଞ୍ଚିବା ପରେ ସେ ଜିଲ୍ଲାରେ ଚାଲିଥିବା କିଛି ଉନ୍ନୟନ ମୂଳକ ପ୍ରକଳ୍ପ ବୁଲି ଦେଖିଥିଲେ। ଉନ୍ନୟମ କମିସନର ଶ୍ରୀ ଜେନାଙ୍କ ସୂଚନା ଅନୁଯାୟୀ ସେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲା ଗସ୍ତ କରିବେ।

ଆଜି ଝାରସୁଗୁଡ଼ା ଜିଲ୍ଲର କୃଷି, ଶିକ୍ଷା, ସ୍ବାସ୍ଥ୍ୟ ବିଭାଗର କିଛି ପ୍ରକଳ୍ପ ବୁଲି ଦେଖିଥିବା କହିଥିଲେ। ଝାରସୁଗୁଡ଼ା ଠାରେ ପିପିପି ମୋର୍ଡ଼ରେ ନିର୍ମାଣ ହେଉଥିବା କାଡିଓ କେୟାର ହସପିଟାପଲକୁ ମଧ୍ୟ ବୁଲି ଦେଖିଥିଲେ। ଜଳସେଚନ ବିଭାଗର କିଛି ପ୍ରକଳ୍ପ, ମନରେଗା ଯୋଜନା ମଧ୍ୟ ଅନୁଧ୍ୟାନ କରିଥିଲେ। ମିସନ ଆଶ୍ରାକୁ ମଧ୍ୟ ପରିଦର୍ଶନ କରିଥିଲେ। ସନ୍ଧ୍ୟାରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଥିବା ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ଜିଲ୍ଲାର ବିଭିନ୍ନ ବିଭାଗର ଉନ୍ନୟମ କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲ୍ଲାରେ ଥିବା ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ  ଏଗ୍ରି କନଭରଜେନ୍ସ ପ୍ରୋଗ୍ରାମ ଉପରେ ସେ ଗୁରୁତ୍ବ ଦେଇଥିଲେ।

publive-image

ଏହି ଯୋଜନାରେ ସବୁ ବିଭାଗର ମିଳିତ ସହଯୋଗରେ ସମନ୍ବିତ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଗ୍ରାମାଞ୍ଚଳର ଗରୀବ ପରିବାରଙ୍କ ରୋଜଗାର ବୃଦ୍ଧି କରାଯାଇ ପାରିବ ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ। ଜିଲ୍ଲାରେ ଖଣିଜ ପାଣ୍ଠି ବିନିଯୋଗ କରି ଆହୁରି କଣ କରାଯାଇ ପାରେ ସେ ନେଇ ମଧ୍ୟ ଆଷଳାଚନା ହୋଇଥିଲା।  ସଂପ୍ରତି ଓଡ଼ିଶାହରେ କରୋନାର ଦ୍ବିତୀୟ ଲହରକୁ କିଭଳି ରୋକାଯାଇ ପାରିବ ସେ ନେଇ ମଧ୍ୟ ସେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଓ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। କେନ୍ଦ୍ର ସରକାର ଅନ୍ତଃ ରାଜ୍ୟ ଯାତାୟତ ଉପରେ କୌଣସି କଟକଣା ଗ୍ରହଣ କରିନାହାନ୍ତି।

ଏପଟେ ପଡ଼ୋଶୀ ଛତିଗଡ଼ ରାଜ୍ୟରୁ  ସଂକ୍ରମଣ ମାଡ଼ି ଆସିବା ସମ୍ଭାବନା ଥିବା ଦୃଷ୍ଟିରୁ କିଭଳି ସତର୍କ ରହିବା ସେ ନେଇ ସେ ଆଲୋଚନା କରିଥିବା ବେଳେ ଝାରସୁଗୁଡ଼ାରେ କୋଭିଡ ଚିକିତ୍ସା ପାଇଁ ସବୁ ପ୍ରକାର ସୁବିଧା ଯୋଗାଇ ଦେବା ସହିତ ଶଯ୍ୟା ସଂଖ୍ୟା ୨୦ ରୁ ୭୦ କୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ସେ ଉଲ୍ଳେଖ କରିଥିଲେ । ମାକ୍ସ ବ୍ୟବହାର, ଶାରୀରିକ ଦୂରତା ଓ ହାତ ଧୋଇବା ନିୟମ ପାଳନ କଲେ ପ୍ରଥମ ଲହର ଭଳି ଦ୍ବିତୀୟ ଲହରକୁ ମଧ୍ୟ ପ୍ରତିହତ କରାଯାଇ ପାରିବ ବୋଲି ସେ କହିଥିଲେ। ଏହି ନିୟମ ମାନି ଚଳିଲେ ଲକ୍ଡାଉନ୍ ଭଳି କୋଠର ନିୟମକୁ ଟାଳି ଦେଇ ହେବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ ସାମଲ, ପିଡ଼ି ତପିରାମ ମାଝୀ ତଥା ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe