ଯାଜପୁରସଦର : ଆସୁଛି ପଞ୍ଚାୟତ ନିର୍ବାଚନ। ଭୋଟ୍ ପାଇଁ ବାସୁଦେବପୁର ପଞ୍ଚାୟତବାସୀ ପ୍ରସ୍ତୁତ ହେଉଥିବାବେଳେ ସବୁ ଅଞ୍ଚଳରେ ନିର୍ବାଚନୀ ଉଷ୍ମତା। ଏହାରି ଭିତରେ ଜିଲ୍ଲାର ସଦର ବ୍ଲକରେ ବିକାଶର ଓଲଟା ଚିତ୍ର- ଯେମିତି ନଦୀ ଭିତରେ ‘ଆମ ଗାଁ ଆମ ବିକାଶ’ ଯୋଜନା କାର୍ଯ୍ୟକାରୀ ହୋଇଥିବା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2022/01/basu2.jpg)
ବୁଢ଼ା ନଦୀପଠାରେ ଆମ ଗାଁ ଆମ ବିକାଶ ଯୋଜନାରେ ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରେ ହୋଇଥିବା ବାସୁଦେବପୁର ଗୋଷ୍ଠୀକେନ୍ଦ୍ରର ଅବସ୍ଥା ଦେଖିଲେ ଜଣେ ଆଶ୍ଚର୍ଯ୍ୟ ହେବ। ସେହିପରି ନଦୀପଠାରେ ରହିଛି ମହାପୁରୁଷ ମଣିଦାସ ମଠ। ତା’ ସହିତ କଲ୍ୟାଣମଣ୍ଡପ ରହିଛି। କିନ୍ତୁ ଯାତାୟାତ ପାଇଁ ନିର୍ମାଣାଧୀନ ନୂତନ ପୋଲକୁ ଦେଖିଲେ ବିକାଶ ବି ଏପରି ହୋଇପାରେ ବୋଲି ଲୋକେ ପ୍ରଶ୍ନ ଉଠାଉଛନ୍ତି। ପୋଲ ନିର୍ମାଣ ହୋଇଛି ସତ ହେଲେ ଦୀର୍ଘ ଦିନରୁ ସଂଯୋଗୀକରଣ ରାସ୍ତା ନକରି ଠିକାଦାର ବିଲ୍ କରି ଫେରାର ହୋଇଯାଇଛି।
/sambad/media/post_attachments/wp-content/uploads/2022/01/basu2a.jpg)
ଯାଜପୁର ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୪ କିମି ଦୂରରେ ରହିଛି ବାସୁଦେବପୁର ପଞ୍ଚାୟତ। ସଦର ବ୍ଲକ ନିକଟରେ ହୋଇଥିଲେ ବି ଏଠାକୁ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନାହିଁ। ନଦୀକୂଳିଆ ପଞ୍ଚାୟତ ହୋଇଥିବାରୁ ଅଞ୍ଚଳବାସୀଙ୍କୁ ବାଲି ମାଫିଆଙ୍କ ଉପଦ୍ରବ ସମସ୍ୟାରେ ପକାଉଛି। ନଦୀ ରାସ୍ତାରେ ଅହରହ ବେଆଇନ ଭାବେ ବାଲି ଗାଡ଼ି ଯାତାୟାତ କରୁଛି। ଧୂଳିଧୂଆଁ ଲୋକମାନଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ଏସବୁ ସମସ୍ୟା ଭିତରେ ୧୨ଟି ୱାର୍ଡ ଓ ୪ଟି ରାଜସ୍ବ ଗ୍ରାମ ଅଧୀନରେ ୪ ହଜାରରୁ ଊର୍ଦ୍ଧ୍ବ ଭୋଟର ପଞ୍ଚାୟତର ପ୍ରତିନିଧି ବାଛିବାକୁ ଯାଉଛନ୍ତି। ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ବସୁଧାର ବଡ଼ବଡ଼ ବିଜ୍ଞାପନ ଲାଗିଥିବା ବେଳେ ବିଜ୍ଞାପନ ନିକଟରେ ଟ୍ୟାପ୍ ମୁହଁ ମାଡ଼ି ପଡ଼ିଛି। କୋଟିକୋଟି ଟଙ୍କାର ସରକାରୀ ଯୋଜନା ଅଧାବାଟରେ ବାଟବଣା ହେଉଥିବାର ଅଭିଯୋଗ ହେଉଛି। ଏହି ୩ ଟି ଚିତ୍ର ବିକାଶର ରୂପକୁ ନଷ୍ଟ କରୁଥିବାରୁ ଏକ ଉଦାହରଣ ହୋଇଥିବାବେଳେ ସବୁ ୱାର୍ଡରେ ସରକାରୀ ଅର୍ଥର ଅପବ୍ୟବହାରର ଚିତ୍ର ସାମ୍ନାକୁ ଆସିଛି।
Follow Us