ନିର୍ବାଚନ ଆୟୋଗର ଭିତ୍ତିଭୂମି ସୁଦୃଢ଼ କରିଥିଲେ ଦେବେନ୍ଦ୍ର

Advertisment
ନିର୍ବାଚନ ଆୟୋଗର ଭିତ୍ତିଭୂମି ସୁଦୃଢ଼ କରିଥିଲେ ଦେବେନ୍ଦ୍ର

ଭୁବନେଶ୍ବର : ରାଜ୍ୟର ପ୍ରଥମ ନିର୍ବାଚନ କମିସନର ଦେବେନ୍ଦ୍ର କୁମାର ମିଶ୍ରଙ୍କ ବିୟୋଗରେ ଶନିବାର ଦିନ ରାଜ୍ୟ ନିର୍ବାଚନ କମିସନ କାର୍ଯ୍ୟାଳୟରେ ଶୋକସଭା ଅନୁଷ୍ଠିତ ହେବା ସହିତ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ, ସ୍ବତନ୍ତ୍ର ସଚିବ ରଘୁରାମ ଆର.ଆୟାର, ଉପ-ସଚିବ ଆଜାଦହିନ୍ଦୁ ପାଣିଗ୍ରାହୀ, ଆଇନ ଅଧିକାରୀ ମାଧୁରୀ ମିଶ୍ରଙ୍କ ସମେତ ଆୟୋଗର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

୧୯୯୪ ମସିହାରେ ରାଜ୍ୟ ସରକାରଙ୍କ ଦ୍ବାରା ରାଜ୍ୟ ନିର୍ବାଚନ ଆୟୋଗ ଗଠନ କରାଯାଇଥିଲା। ଦେବେନ୍ଦ୍ର କୁମାର ମିଶ୍ର ପ୍ରଥମ ନିର୍ବାଚନ କମିସନର ଭାବେ ନିଯୁକ୍ତ କରାଯାଇଥିଲା। ସାମ୍ବିଧାନିକ ବିଧିବ୍ୟବସ୍ଥା ସହ ନିର୍ବାଚନ ଆୟୋଗ ପାଇଁ ସ୍ବର୍ଗତ ମିଶ୍ର ନିର୍ବାଚନ ପରିଚାଳନା ପାଇଁ ଅନେକ ନିୟମ କାନୁନ ପ୍ରସ୍ତୁତ କରିଥିଲେ। ନିର୍ବାଚନ ଆୟୋଗର ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ବ୍ୟାପକ କାର୍ଯ୍ୟ କରିଥିଲେ ବୋଲି ଶୋକସଭାରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe