ହଟିଲା କଟକଣା: ଶ୍ରୀମନ୍ଦିରକୁ ୪ ଦ୍ବାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ନଭେମ୍ବର ୧୬ ତାରିଖ ଠାରୁ ଭକ୍ତମାନେ ଶ୍ରୀମନ୍ଦିରର ୪ଦ୍ବାର ଦେଇ ପ୍ରବେଶ କରିବେ। ଲୋକଙ୍କୁ ମନ୍ଦିର ବାହାରେ ଆଉ ଦୀର୍ଘ ସମୟ ପର୍ଯ୍ୟନ୍ତ ‌ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଥି ପାଇଁ କଡ଼ା ବ୍ୟବସ୍ଥା କରାଯାଇଛି।

ଅଦ୍ୟତନ ହୋଇଛି
Puri Jagannath Temple

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରରେ ପ୍ରବେଶ ନେଇ ଥିବା କଟକଣା ନେଇ ସଂସ୍କାର ଅଣାଯାଇଛି। ଏଣିକି ଭକ୍ତମାନେ ଶ୍ରୀମନ୍ଦିରର ଚାରି ଦ୍ବାର ଦେଇ ପ୍ରବେଶ କରିବେ। କିନ୍ତୁ ଫେରିବା ବେଳକୁ ସିଂହଦ୍ବାର ବ୍ୟତୀତ ଅନ୍ୟ ୩ଟି ଦ୍ବାର ଦେଇ ଫେରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ଏନେଇ ସୂଚନା ଦିଆଯାଇଛି। 

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ୨୦୨୪ ନଭେମ୍ବର ୧୬ ତାରିଖ (ଶନିବାର) ଦିନ ଠାରୁ ଭକ୍ତମାନେ ୪ ଦ୍ବାର ଦେଇ ପ୍ରବେଶ କରିବେ। ମହାପ୍ରଭୁଙ୍କ ଦର୍ଶନ ପରେ ‌ଭକ୍ତମାନେ ସିଂହଦ୍ବାର ବ୍ୟତୀତ ଅନ୍ୟ ଦ୍ବାର ଦେଇ ଫେରିବେ। ସେବକ ଓ ତାଙ୍କ ପରିବାରର ସଦସ୍ୟ ୪ ଦ୍ବାର ଦେଇ ଫେରିପାରିବେ। 

ସୂଚନାଯୋଗ୍ୟ, ପୂର୍ବ ସରକାରରେ ଶ୍ରୀମନ୍ଦିରକୁ କେବଳ ସିଂହଦ୍ବାର ଦେଇ ପ୍ରବେଶ କରାଯିବାର ବ୍ୟବସ୍ଥା ଥିଲା। ସାଧାରଣ ନିର୍ବାଚନ-୨୦୨୪ ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଏହାକୁ ମଧ୍ୟ ଏକ ପ୍ରସଙ୍ଗ କରିଥିଲା। ରାଜ୍ୟରେ ସରକାର ଗଢ଼ିଲେ ଶ୍ରୀମନ୍ଦିରର ୪ ଦ୍ବାର ଭକ୍ତମାନଙ୍କ ପାଇଁ ଖୋଲି ଦିଅଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହି ଆଧାରରେ ବିଜେପି ସରକାର ଯେତେବେଳେ କ୍ଷମତାକୁ ଆସିଲା, ଜୁନ୍‌ ମାସରେ ୪ ଦ୍ବାର ଖୋଲି ଦେଇଥିଲେ। ଶ୍ରୀମନ୍ଦିରର ୪ଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିବା ଦ୍ବାରା ଭିତର ପାର୍ଶ୍ବରେ ପ୍ରବଳ ଭକ୍ତମାନଙ୍କର ଗହଳି ଲାଗିଥିଲା। ଏନେଇ ଅନେକ ଶ୍ରଦ୍ଧାଳୁମାନେ ବ୍ୟବସ୍ଥା ନେଇ ଅଭିଯୋଗ ଆଣିଥିଲେ। 

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼କୁ ଦୃଷ୍ଟିରେ ସରକାର ନିଷ୍ପତ୍ତି ପରିବର୍ତ୍ତନ କରିଥିଲେ। ୪ ଦ୍ବାର ବଦଳରେ ଭକ୍ତମାନଙ୍କୁ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବାର ବ୍ୟବସ୍ଥା ଥିଲା। ଆଜି ପୂଣ୍ୟମାସ କାର୍ତ୍ତି ସରିଯାଇଛି। ଆସନ୍ତାକାଲି ଠାରୁ ମାର୍ଗଶୀର ଆରମ୍ଭ ହେବ। ଏହି ଅବସରରେ ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଶ୍ରୀମନ୍ଦିର ପ୍ରଶାସନକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe