ପୁରୀ: ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ ଲାଗି କିଛି ଭକ୍ତ ନିଜକୁ ଭଗବାନଙ୍କର ପ୍ରିୟ ଭକ୍ତ ବେଶରେ ସଜେଇ ହୋଇ ଆସିଥିଲେ। ଶ୍ରୀକୃଷ୍ଣଙ୍କ ପରମ ଭକ୍ତ ସୁଦାମାଙ୍କ ବେଶରେ ସଜେଇ ହୋଇ ରଥ ନିକଟରେ ନଡ଼ିଆ ଧରି ପହଞ୍ଚିଥିଲେ ଗଞ୍ଜାମ ମାଣ୍ଡିଆପଲ୍ଲୀର ପ୍ରଫୁଲ୍ଲ ଗଉଡ଼। ପେସାରେ ଜଣେ ପରିବା ବ୍ୟବସାୟୀ ହୋଇଥିଲେ ହେଁ ଭଗବାନଙ୍କ ପରମ ଭକ୍ତ ବେଶରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟ ପାଠାଗାରର ଚୌକିଦାର ଭାବେ କାମ କରୁଥିବା କୃଷ୍ଣଚନ୍ଦ୍ର ମେହେର ହନୁମାନ ବେଶରେ ସଜେଇ ହୋଇଥିଲେ। ଛତିଶଗଡ଼ ରାୟଗଡ଼ର ନିତ୍ୟାନନ୍ଦ ଯାଦବ ପ୍ରଭୁ ଶିବଶଙ୍କରଙ୍କ ବେଶରେ ନୃତ୍ୟ କରିଥିଲେ। ଏଥିସହ ଇଂ ଶ୍ରୀନିବାସ ଘଟୁଆରୀ ମାହାରୀ ନୃତ୍ୟ ଓ ଅନ୍ୟ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ଭେଟି ଦେଇଥିଲେ।
ସୁଦାମ ବେଶରେ ଭକ୍ତ
Advertisment
Follow Us