ଏଥର ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା, ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଛୁଇଁବା ମନା

Advertisment
ଏଥର ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା, ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଛୁଇଁବା ମନା

ପୁରୀ: ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିପାର‌ିବେ ଭକ୍ତ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି। ଭକ୍ତମାନେ ପୂର୍ବଭଳି ସ୍ନାନବେଦୀ ତଳ ରାସ୍ତା ଦେଇ ପ୍ରଦିକ୍ଷଣ କରିବା ସହ ହାତୀବେଶକୁ ସ୍ନାନବେଦୀ ଉପରେ ଚଢ଼ି ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯିବ। ସେହିପରି ହାତୀ ବେଶ ପରେ ଭକ୍ତ ସ୍ନାନବେଦୀ ଉପରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ଶ୍ରୀବିଗ୍ରହମନଙ୍କୁ ସ୍ପର୍ଶ କରି ପାରିବେ ନାହିଁ ଭକ୍ତ।

କୋଭିଡ କଟକଣା ନ ଥିଲେ ଭକ୍ତଙ୍କ ଗହଣରେ ରଥଯାତ୍ରା ନେଇ ଚିନ୍ତା କରାଯାଉ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି। ଆଜି ପ୍ରଥମେ ଦଇତାପତି ନିଯୋଗ, ପୂଜାପଣ୍ଡା ନିଯୋଗ, ପ୍ରତିହାରି ନିଯୋଗ, ପୁଷ୍ପାଳକ ନିଯୋଗ ସହ ଆଲୋଚନା ହୋଇଛି । ସ୍ନାନଯାତ୍ରା ସମୟରେ ୨ରୁ ୩ ଘଣ୍ଟା ପାଇଁ ସାହାଣମେଳା ଦର୍ଶନ ପାଇଁ ପ୍ରସ୍ତାବ ଦିଆଯାଇଛି । ସେହିଭଳି ହାତୀବେଶ ପରେ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଭକ୍ତ ଯେପରି ଦର୍ଶନ କରିପାରିବେ ସେନେଇ ଆଲୋଚନା ହୋଇଛି । ତେବେ ଏଥିପାଇଁ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଭକ୍ତ ଯେପରି ଅଧିକ ସମୟ ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦର୍ଶନ କରିପାରିବେ ସେଥିପାଇଁ ନୀତିନିଘଣ୍ଟକୁ ସୁରୁଖୁରରେ କରାଯିବ ବୋଲି ଆଲୋଚନା ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe