ଟିଭିରେ ମେଣ୍ଟୁଛି ଭକତ ମନ, ପରଦା ଭିତରେ ଜଗା ଦର୍ଶନ

ଟିଭିରେ ମେଣ୍ଟୁଛି ଭକତ ମନ, ପରଦା ଭିତରେ ଜଗା ଦର୍ଶନ

ପୁରୀ: ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ। ବର୍ଷତମାମ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସମ୍ଭବ ନହେଲେ, ବର୍ଷକୁ ଥରେ ରଥଯାତ୍ରାରେ ବଡଠାକୁରଙ୍କୁ ବଡଦାଣ୍ଡରେ ଦେଖିବାର ଇଚ୍ଛା ସମସ୍ତଙ୍କର ଥାଏ। କାରଣ ରଥାରୁଢ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ହେଲେ କରୋନା କଟକଣା ଯୋଗୁ ଦୁଇବର୍ଷ ହେଲା ତାହା ସମ୍ଭବ ହେଉନାହିଁ। ଏତିକି ବେଳେ ସାହାରା ପାଲଟିଛି ଟେଲିଭିଜନ୍।

ଭଗବାନ ଓ ଭକ୍ତଙ୍କ ଭିତରେ ଦୂରତାକୁ ଦୂର କରିଛି ଏହି ଟିଭି। ପୁରୀ ନଯାଇ ପାରିଲେ ନାହିଁ, ଘରେ ରହି ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କ ଆଗ୍ରହ। ରାଜ୍ୟର ବିଭିନ୍ନ ଭାଗରୁ ଆସିଛି ଏହିଭଳି ଚିତ୍ର। ଯେତେବେଳେ ଟିଭି ସାମ୍ନାରେ ବସି ପୁରୀରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତିଟି ନୀତି ଓ ଦୃଶ୍ୟକୁ ଦେଖୁଛନ୍ତି ଭକ୍ତ। ପହଣ୍ଡିଠାରୁ ଆରମ୍ଭ କରି ଛେରା ପହଁରା ଓ ରଥଟଣା ଯାଏଁ ସବୁକିଛି ଟିଭିରେ ଦେଖି ଭକ୍ତ ହୋଇପଡୁଛନ୍ତି ଭାବବିହ୍ୱଳ। ଟିଭି ସାମ୍ନାରେ ଦୀପ ଜାଳି ଜଗନ୍ନାଥଙ୍କୁ ଆରାଧନା କରୁଛନ୍ତି। ଆଉ ଯାହାଘରେ ଟିଭି ନାହିଁ, ପଡ଼ୋଶୀ ଘରକୁ ଯାଇ ରଥରେ କାଳିଆକୁ ଦର୍ଶନ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe