ମହାପ୍ରଭୁଙ୍କ ଦର୍ଶନ ନ ପାଇ ବଡ଼ଦାଣ୍ଡରୁ ଫେରୁଛି ଭକ୍ତ; ୧୦ ପଜିଟିଭ ଚିହ୍ନଟ ପରେ ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା ବନ୍ଦ କଲା ପ୍ରଶାସନ

Advertisment
ମହାପ୍ରଭୁଙ୍କ ଦର୍ଶନ ନ ପାଇ ବଡ଼ଦାଣ୍ଡରୁ ଫେରୁଛି ଭକ୍ତ; ୧୦ ପଜିଟିଭ ଚିହ୍ନଟ ପରେ ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା ବନ୍ଦ କଲା ପ୍ରଶାସନ

ପୁରୀ: ପଡ଼ୋଶୀ ଛତିଶଗଡରୁ ଆସିଥିବା ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି ।  କୋଭିଡ ପରୀକ୍ଷା ରିପୋର୍ଟ ନେଗେଟିଭ ହେବା କାରଣରୁ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି ଶ୍ରଦ୍ଧାଳୁ । କେବଳ ଏହି ଭକ୍ତ ନୁହନ୍ତି, ଶ୍ରୀମନ୍ଦିର ପ୍ରଶାସନର ଗାଇଡଲାଇନ ଓ କୋଭିଡ ପରୀକ୍ଷା କଟକଣା କାରଣରୁ ଶ୍ରୀମନ୍ଦିରରେ ଦର୍ଶନାର୍ଥୀଙ୍କ ସଂଖ୍ୟା କମିବାରେ ଲାଗିଛି । ଦିନକୁ ୧୫ ହଜାର ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏହା ୨ହଜାର ଟପୁନାହିଁ । କୋଭିଡ ପରୀକ୍ଷା ସମସ୍ୟା ଭିତରେ ଧନ୍ଦି ହୋଇ ଫେରୁଛନ୍ତି ଶହଶହ ଭକ୍ତ ।

୧୦ରୁ ଅଧିକ ପର୍ଯ୍ୟଟକଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ସହରରେ ଟେଷ୍ଟିଂ ନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛି ଜିଲ୍ଲା ପ୍ରଶାସନ । ପର୍ଯ୍ୟଟକ ପଜିଟିଭ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢାଇ ଦେଇଛି । ଆଗକୁ ଦର୍ଶନ ବ୍ୟବସ୍ଥାରେ କିଛିଟା କୋହଳ ନୀତି ଅବଲମ୍ବନ କରାଯାଇପାରେ ବୋଲି କହିଛନ୍ତି ପୁରୀ ଉପ-ଜିଲ୍ଲାପାଳ ।

ସର୍ବସାଧାରଣ ଦର୍ଶନର ତୃତୀୟ ଦିନରେ ଶ୍ରୀମନ୍ଦିରରେ ବିଶେଷ ଭକ୍ତ ସମାଗମ ନାହିଁ । ଘରୋଇ ମେଡିକାଲ ଏବଂ ସରକାରୀ ମେଡିକାଲରେ ପର୍ଯ୍ୟଟକଙ୍କ ପାଇଁ କୋଭିଡ ପରୀକ୍ଷା ଉପରେ କଟକଣା ଲାଗିବା ପରେ ଏବେ ଠାକୁର ଦର୍ଶନ ସମ୍ଭବ ହୋଇପାରୁନାହିଁ। ବି‌ଶେଷ କରି ଦୂରଦୁରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe