ଆଡ଼ପମଣ୍ଡପ ଦୁର୍ଲଭ ଦର୍ଶନକୁ ଝୁରିବେ ଭକ୍ତ

Advertisment
ଆଡ଼ପମଣ୍ଡପ ଦୁର୍ଲଭ ଦର୍ଶନକୁ ଝୁରିବେ ଭକ୍ତ

ପୁରୀ: ଶ୍ରୀମନ୍ଦିରରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚାବାଡ଼ିରେ ପହଞ୍ଚିବା ପରେ ଜନ୍ମବେଦୀରେ ବିଜେ କରିଛନ୍ତି ମହାପ୍ରଭୁ। ଜନ୍ମସ୍ଥାନ ପ୍ରତ୍ୟେକଙ୍କୁ ଆକର୍ଷିତ କରୁଥିବାରୁ ମାନବୀୟ ଲୀଳାଧାରି ମହାପ୍ରଭୁ ବା ଏଥିରୁ ବାଦ୍‌ ପଡ଼ନ୍ତେ କେମିତି? ତେଣୁ ପୁରାଣ ଶାସ୍ତ୍ର ମୁତାବକ ପ୍ରଭୁଙ୍କର ଆଡ଼ପମଣ୍ଡପ ଅତି ପ୍ରିୟ। ହେଲେ ପ୍ରଭୁଙ୍କ ଏହି ପ୍ରୀତିପୂର୍ଣ୍ଣ ମୁହୂର୍ତକୁ ଦେଖିବାର ସୁଯୋଗରୁ ବଞ୍ଚିତ ହୋଇଛନ୍ତି ଭକ୍ତଗଣ। ବର୍ଷକୁ ଥରେ ଆଡ଼ପମଣ୍ଡପରେ ଦର୍ଶନ ପାଇଁ କାହିଁ ‌କେତେ ଦୂରରୁ ଭକ୍ତମାନେ ଧାଇଁ ଆସୁଥିବା ବ‌େଳେ ଏଥର ଫ‌ାଙ୍କା ପଡ଼ିବ ପରିବେଶ।

ଲେଖକ ତଥା ସେବାୟତ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର କହିଛନ୍ତି, 'ନୀଳାଦ୍ରି ମହୋଦୟ' ଶାସ୍ତ୍ର ମୁତାବକ ଶ୍ରୀମନ୍ଦିରରେ ୧୦ ହଜାର ଥର ଦର୍ଶନ କରିବା ଆଡ଼ପମଣ୍ଡପରେ ଥରେ ଦର୍ଶନ କରିବା ସହ ସମାନ। ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ ଅନୁଯାୟୀ ଗୁଣ୍ଡିଚା ମଣ୍ଡପ ବା ଆଡ଼ପ ମଣ୍ଡପ ପ୍ରଭୁଙ୍କ ପାଇଁ ପୃଥିବୀର ସବୁଠୁ ପ୍ରିୟ ସ୍ଥାନ। ନୀଳାଦ୍ରି ମହୋଦୟରେ ଏହାକୁ ମହାବେଦୀ ଓ ଯଜ୍ଞବେଦୀ ମଧ୍ୟ କୁହାଯାଇଛି। ପୁଣି ମହାପ୍ରଭୁଙ୍କ ପ୍ରୀତ ସ୍ଥାନ ହୋଇଥିବାରୁ ଏଠାରେ ଦର୍ଶନ କରୁଥିବା ଭକ୍ତ ବୈକୁଣ୍ଠ ଧାମକୁ ଯାଏ ବୋଲି ବିଶ୍ବାସ ରହିଛି। ତେବେ ଏ ସମସ୍ତ ବିଶ୍ବାସକୁ ସାକାର କରିବାରେ ବାଟ ଓଗାଳିଛି କରୋନା।

publive-image

କେବଳ ସେତିକି ନୁହେଁ ମହାପ୍ରଭୁ ସ୍ବୟଂ କହିଛନ୍ତି, ‌ମୋତେ ଦର୍ଶନ କଲେ ଯେତିକି ପୁଣ୍ୟ କୈବଲ୍ୟ ପ୍ରାପ୍ତି ହେଲେ ସେତିକି ପୁଣ୍ୟ ହୋଇଥାଏ। ସେଥିପାଇଁ ସେବାୟତ ପରିବାରରେ ସେବକଙ୍କ ପତ୍ନୀ ୯ଦିନ ବ୍ରତ ପାଳନ କରିବାର ପରମ୍ପରା ରହିଛି। ଦିନ ଥିଲା ସେବାୟତଙ୍କ ପତ୍ନୀମାନେ ୯ଦିନଯାକ ଏଇଠାରେ ରହି ବ୍ରତ ପାଳନ କରୁଥିଲେ। ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ କରି ଆସିବା ପରେ ନିଜେ ଆଡ଼ପମଣ୍ଡପରେ ଅବଢ଼ା ଖାଇବା ସହ ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ସେବନ କରାଇଲେ ବହୁ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଥିଲା। ଯଦିଓ କାଳକ୍ରମେ ସମସ୍ତେ ଏହି ବ୍ରତ କରିପାରୁନାହାନ୍ତି, କିନ୍ତୁ ଯେଉଁମାନେ ବି ଏହି ବ୍ରତ ବିଧି ପୂର୍ବକ ପାଳନ କରନ୍ତି ଗତ ଦୁଇବର୍ଷ ହେଲା ଏଥିରୁ ବଞ୍ଚିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe