ଜୟପୁର : ଦେବୋତ୍ତର ପରିଚାଳନା କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ଜୟପୁର : ଦେବୋତ୍ତର ପରିଚାଳନା କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

୩୩ମନ୍ଦିରର ପୂଜକ, ସେବାୟତଙ୍କ ଜାନୁଆରୀରୁ ଦୁଇଗୁଣା ଦରମା ବୃଦ୍ଧି
ମନ୍ଦିରର ସବଲିଜ୍ ଷ୍ଠଲ ଏବଂ ଭଡା ଅନାଦେୟଙ୍କ ଲିଜ୍ ବାତିଲ୍

ଜୟପୁର : ଆଜି ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଦେବୋତ୍ତର ପରିଚାଳନା କାର୍ଯ୍ୟକାରୀ କମିଟିର ବୈଠକ ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଟୁଲିଆମ୍ମା ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଗତ କିଛି ମାସ ତଳେ ୩୩ଟି ମନ୍ଦିରର ସେବାୟତ ସମିତି ପକ୍ଷରୁ ମନ୍ଦିରର ପୂଜକ, ସେବାୟତ ମାନଙ୍କର ଦରମା ବୃଦ୍ଧି ପାଇଁ ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହାକୁ ନେଇ ଆଲୋଚନା କରାଯିବା ସହ ଆସନ୍ତା ଜାନୁଆରୀରୁ ବର୍ତ୍ତମାନ ମିଳୁଥିବା ଦରମାର ଦୁଇ ଗୁଣା ଦେବାକୁ ନିଷ୍ପତି ହୋଇଥିଲା।

ସେଭଳି ଦେବୋତ୍ତର କମିଟି ଅଧିନରେ ଥିବା ଷ୍ଟଲ ଗୁଡିକର ଭଡା ଦୀର୍ଘ ଦିନ ଧରି ଲିଜରେ ନେଇଥିବା ଭଡ଼ାଧାରୀ ମାନେ ଦେଉନାହାନ୍ତି। ଏଭଳିକି ଦେବୋତ୍ତର ନିକଟରେ କମରେ ଭଡାରେ ଷ୍ଟଲ ଲିଜରେ ନେଇ ଏହାକୁ ଚଢ଼ା ଦରରେ ବି ଦେଇଛନ୍ତି ବୋଲି ଅଭିଯୋଗ ଉଠିଥିଲା। ଦୀର୍ଘ ଦିନ ଧରି ଷ୍ଟଲ ଭଡା ଦେଉନଥିବା ଏବଂ ସବଲିଜ୍ ଦିଆଯାଇଥିବା ଭଡା ଧାରୀଙ୍କ ଲିଜ୍ କୁ ବାତିଲ କରିବାକୁ ନିଷ୍ପତି ହୋଇଥିଲା। ଏଥିରେ ପରିଚାଳନା କମିଟିର ସଭାପତି ଲାଲୁ ମିଶ୍ର, ସଭ୍ୟ ପଦ୍ମନାଭ ହୋତା, ରଙ୍ଗନାଥ ମିଶ୍ର, ନଟେନ୍ଦ୍ରନାଥ ନାୟକଙ୍କ ସହ ଅନ୍ୟ ସଭ୍ୟ ମାନେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe