ପ୍ରେମରେ ଅନ୍ଧ ହୋଇ ସଂପର୍କ ଭୁଲିଗଲେ : ଭିଡିଓ କଲ୍‌ କରି ଫାଶୀ ଲଗାଇଲେ ଦିଅର-ଭାଉଜ

Advertisment
ଓଡ଼ିଶାରେ ପାରିବାରିକ ଆତ୍ମହତ୍ୟା ସର୍ବାଧିକ

Telegraph India

ବସ୍ତା-୨ : ଦିଅର-ଭାଉଜ ପରି ପବିତ୍ର ସଂପର୍କକୁ ଭୁଲି ଦୁହେଁ ପ୍ରେମରେ ଅନ୍ଧ ହୋଇଯାଇଥିଲେ। ପରିବାର ଲୋକ ବୁଝାଇ ପାରିଲେନି। ସେମାନଙ୍କୁ ଅଲଗା କରିବାକୁ ଚେଷ୍ଟା କଲେ। ହେଲେ ଫଳ କିଛି ମିଳିଲାନି। ଶେଷରେ ବିରହ ସହି ନପାରି ସେମାନେ ଜୀବନ ହାରିଛନ୍ତି। ଭିଡିଓ କଲ୍‌ କରି ଦୁହେଁ ଦୁହିଁଙ୍କ ଆଗରେ ଫାଶୀ ଲଗାଇଦେଇଛନ୍ତି।

ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଧୀନ ମୂଳିଦା ବଜାରର ମାନସ କୁମାର ସିଂହ (୨୯) ପୁନେର ଏକ କମ୍ପାନିରେ କାମ କରନ୍ତି। ପତ୍ନୀ ବର୍ଷା (୨୬) ମଧ୍ୟ ତାଙ୍କ ପାଖରେ ପୁନେରେ ରହନ୍ତି। ତେବେ କିଛି ମାସ ତଳେ ବର୍ଷା ଶାଶୂଘରକୁ ଆସିଥିଲେ। ହେଲେ କରୋନା ‌ଯୋଗୁ ସେ ଆଉ ପୁନେ ଫେରିପାରି ନଥିଲେ। ତେବେ ସେ ଶାଶୂଘରେ ୮ ମାସ ରହିବା ଭିତରେ ମାନସଙ୍କ ଦାଦା ପୁଅ ଭାଇ ରାକେଶ (୨୬)ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରିବାର ଲୋକ ଏହା ଜାଣିବା ପରେ ଦୁହିଁଙ୍କୁ ବୁଝାଇଥିଲେ। ସବୁଥିରେ ବିଫଳ ହେବା ପରେ ସେମାନେ ପୁନେର ଏକ କମ୍ପାନି ସହ ଯୋଗାଯୋଗ କରିଥିଲେ ଏବଂ ସେଠାରେ କାମ କରିବା ପାଇଁ ରାକେଶଙ୍କୁ ପଠାଇ ଦିଆଯାଇଥିଲା। ଇଚ୍ଛା ନଥାଇ ବି ରାକେଶ ପୁନେ ଯାଇଥିଲେ। ତେବେ ବର୍ଷା ଓ ରାକେଶ ଅଲଗା ହୋଇଥିଲେ ମଧ୍ୟ ପ୍ରେମ କମି ନଥିଲା। ଦେଖାସାକ୍ଷାତ ନ ହେଲେ ବି ଦିଅର-ଭାଉଜ ଫୋନ୍‌ରେ ଗପସପ କରୁଥିଲେ। ଧୀରେ ଧୀରେ ବିଚ୍ଛେଦ ଉଭୟଙ୍କ ପାଇଁ ଅସହ୍ୟ ହୋଇଗଲା। ସେମାନେ ଏକାସାଙ୍ଗରେ ରହି ନ ପାରିଲେ, ଏକାସାଙ୍ଗରେ ମରିବା ପାଇଁ ନିଷ୍ପତ୍ତି ନେଇଗଲେ। ଗତକାଲି ବିଳମ୍ବିତ ରାତିରେ ଉଭୟ ଭିଡିଓ କଲ୍‌ କରି ଆତ୍ମହତ୍ୟା କରିଥିଲେ। କଲ୍‌ ଚାଲୁ ରହିଥିବା ବେଳେ ଦୁହେଁ ଦୁହିଁଙ୍କ ଆଗରେ ଫାଶୀ ଲଗାଇ ଲଗାଇଦେଇଥିଲେ। ପରିବାର ଲୋକ ଜାଣିବା ପରେ ବର୍ଷାଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବସ୍ତା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe