DFO joins firefighting program in Ghu.Udayagiri Banachal forest Photograph: (sambad.in)
ଘୁ.ଉଦୟଗିରି: ଗ୍ରୀଷ୍ମ ଋତୁ ଆରମ୍ଭରୁ କନ୍ଧମାଳ ଘୁ.ଉଦୟଗିରିର ବନାଞ୍ଚଳ ଅନ୍ତର୍ଗତ କିଛି ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। କଳିଙ୍ଗାରୁ ଫୁଲବାଣୀ ଜାତୀୟ ସଡ଼କ ନିକଟ ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ଜିଲ୍ଲା ବନବିଭାଗ ଅଧିକାରୀ ପ୍ରଶାନ୍ତ ପଟେଲଙ୍କ ନେତୃତ୍ବରେ ଘୁ.ଉଦୟଗିରି,କଳିଙ୍ଗା ବନଖଣ୍ଡ ଅଧିକାରୀ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭେଇବା କାମ କରୁଥିବା ଦେଖିବାକୁ ମିଳିଛି। ପ୍ରତ୍ୟକ ବର୍ଷ କୋଟି କୋଟି ବ୍ୟୟ କରି ଜଙ୍ଗଲ ବୃଦ୍ଧି ନିମନ୍ତେ ବୃକ୍ଷ ରୋପଣ ହେଉଛି।
ଗ୍ରାମାଞ୍ଚଳର ଲୋକେ ମହୁଲ ଗୋଟେଇବା ପାଇଁ ଗଛ ତଳେ ନିଆଁ ଲଗାଇ ଚାଲିଯାଉଛନ୍ତି ଯାହା ଫଳରେ ନିଆଁ ଯୋଗୁ ଜଙ୍ଗଲ ଜଳି ଯାଉଛି। ସବୁଜ ସୁନ୍ଦର ଘଞ୍ଚ ଜଙ୍ଗଲ ଜଳି ପୋଡ଼ି ପାଉଁଶ ହେବାରେ ଲାଗିଛି। ଜଙ୍ଗଲ ସାରା ଲାଗିଥିବା ନିଆଁ ଯୋଗୁ ସୃଷ୍ଟି ହେଉଥିବା ଧୂଆଁରେ ପରିବେଶ ଧୁସରମୟ ହୋଇଯାଉଛି । ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।
ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଗ୍ରାମାଞ୍ଚଳରେ ହେଉ କିମ୍ବା ସହରାଞ୍ଚଳରେ ହେଉ ଜନସାଧାରଣଙ୍କ ନିକଟରେ ପହଞ୍ଚି ଜଙ୍ଗଲରେ ନିଆଁ ନ ଲଗେଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ଓ ପେଟ୍ରୋଲିଂ ବ୍ଯବସ୍ଥାକୁ କଡ଼ାକଡ଼ି କରିବା ସହ ବିଭାଗୀୟ ଅଧିକାରୀ ନିଆଁ ଲିଭାଇବା ପାଇଁ ଯଥେଷ୍ଟ ସଂଖ୍ୟକ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ବୁଦ୍ଧିଜିବୀ ବନବିଭାଗ ଅଧିକାରୀଙ୍କୁ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ: ସାରଥିଙ୍କୁ ନେଇ ବିବାଦ ଘନେଇଲା: ଜଗନ୍ନାଥ-ସାରଥି ଏକ ଏବଂ ଅଭିନ୍ନ କହିଲେ ଅନୁଗାମୀ
ବିଭାଗୀୟ ଅଧିକାରୀ ଗାଁ ଗହଳିରେ ଲୋକଙ୍କୁ ସଚେତନ କରୁଛନ୍ତି। ଏହା ସତ୍ତ୍ୱେ ଜଙ୍ଗଲରେ ନିଆଁ ଲାଗୁଛି। ଜଙ୍ଗଲରେ ନିଆଁ ବ୍ୟାପିବା ଯୋଗୁ ବହୁ ମୂଲ୍ୟବାନ ଗଛ ନଷ୍ଟ ହେବା ସହ ନିରୀହ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଛି। ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ନିମନ୍ତେ ବନବିଭାଗ ଅଧିକାରୀ ଗୁରୁତ୍ୱ ଦେଇ ନିଜେ ଘଟଣା ସ୍ଥଳରେ ରହି ନିଆଁ ଲିଭା କାମର ତଦାରଖ କରୁଥିବା ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ: ଆଗାମୀ ୫ଦିନ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ: ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
Follow Us