DG inspects security situation at Gundicha temple Photograph: (sambad.in)
ପୁରୀ: ଶନିବାର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା। ବାହୁଡ଼ା ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିବା ପାଇଁ ପୁଲିସ ଡିଜି ୱାଇ ବି ଖୁରାନିଆ ଶୁକ୍ରବାର ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି। ସେ ସୁରକ୍ଷା ବ୍ୟବସ୍ଥା ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଶୁକ୍ରବାର ନବମୀ ସନ୍ଧ୍ୟା ଦର୍ଶନ। ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ତେଣୁ ସେ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଆସନ୍ତାକାଲି ଶନିବାର ବାହୁଡ଼ା ଯାତ୍ରା ଥିବାରୁ ସେ ନେଇ ମଧ୍ୟ ବ୍ୟବସ୍ଥାର ଅନୁଧ୍ୟାନ ଖୁରାନିଆ କରିଛନ୍ତି।
ଗୁଣ୍ଡିଚା ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଏବଂ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥାକୁ ସେ ବୁଲି ଦେଖିଛନ୍ତି। ପୁଲିସ ଡ଼ିଜିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ।
: puri | YB Khurania Gundicha temple
Follow Us