ଆଇନଶୃଙ୍ଖଳା ଓ ମାଓ ଅପରେସନ୍‌ ନେଇ ଡିଜିଙ୍କ ବୈଠକ

Advertisment
ଆଇନଶୃଙ୍ଖଳା ଓ ମାଓ ଅପରେସନ୍‌ ନେଇ ଡିଜିଙ୍କ ବୈଠକ

Times of India

ଭୁବନେଶ୍ବର : ରାଜ୍ୟର ଆଇନ୍‌ଶୃଙ୍ଖଳା ସ୍ଥିତିକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ କରାଯାଉଛି। ଆଇନ୍‌ଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବାରୁ ସଂଗଠନରୁ ଆରମ୍ଭ କରି ସାଧାରଣଲୋକ ସିଧାସଳଖ ପୁଲିସ ଉପରେ ବର୍ଷୁଛନ୍ତି। ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଣରେ ବିଭାଗକୁ ଘେରୁଛନ୍ତି। ଏହାଛଡ଼ା ମାଓବାଦୀଙ୍କ ସକ୍ରିୟ ଭୂମିକାକୁ ନେଇ ମଧ୍ୟ ପୁଲିସ ଚିନ୍ତା ବଢ଼ିଛି। ଯାହାକୁ ନେଇ ଏବେ ପୁଲିସ ଚାପରେ।

ତେଣୁ ଏନେଇ ପୁଲିସ ଡିଜି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡିଜି କ୍ୟାମ୍ପ ଅଫିସ୍‌ରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଗୁଇନ୍ଦା ନିର୍ଦେଶକ ସଞ୍ଜୀବ ପଣ୍ଡା, ଆଇନ୍‌ଶୃଙ୍ଖଳା ଏଡିଜି ଆର୍‌କେ ଶର୍ମା, ସ୍ପେସାଲ ଆର୍ମ ପୁଲିସ ଏଡିଜି ଆର୍‌ପି କୋଚେ ଏବଂ ଏଡିଜି ଅପରେସନ୍‌ ଅମିତାଭ ଠାକୁର ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବା ସହ ଜିଲ୍ଲାସ୍ତରରେ ସ୍ଥିତି ସମୀକ୍ଷା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe