କନ୍ଧମାଳରେ ପୁଲିସ ଡିଜିଙ୍କ ମାଓଦମନ ସମୀକ୍ଷା

ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଦୁଇଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପୁଲିସର ମାଓଦମନ ଅପରେସନ୍‌ ସମୀକ୍ଷା କରିଛନ୍ତି। ଆଜି ଫୁଲବାଣୀସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ରୁଦ୍ଧଦ୍ବାର ସମୀକ୍ଷା ବୈଠକରେ କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ କରିବା ନେଇ ସେ ଗୁରୁତ୍ବାରୋପ କରିଛନ୍ତି।

gjgjjgddgj

ଫୁଲବାଣୀ: ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଦୁଇଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପୁଲିସର ମାଓଦମନ ଅପରେସନ୍‌ ସମୀକ୍ଷା କରିଛନ୍ତି। ଆଜି ଫୁଲବାଣୀସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ରୁଦ୍ଧଦ୍ବାର ସମୀକ୍ଷା ବୈଠକରେ କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ କରିବା ନେଇ ସେ ଗୁରୁତ୍ବାରୋପ କରିଛନ୍ତି। କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପର ସମୀକ୍ଷା କରିବା ସହିତ ମାଓଦମନ ନେଇ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛନ୍ତି। ଏହା ସହ କନ୍ଧମାଳ, ବୌଦ୍ଧ ଏବଂ କଳାହାଣ୍ଡି ଜିଲ୍ଲାରେ ମାଓବାଦୀଙ୍କ ପ୍ରୋତ୍ସାହନରେ ଚାଲିଥିବା ଗଞ୍ଜେଇ ଚାଷର ମୂଳୋତ୍ପାଟନ ନେଇ ମଧ୍ୟ ଡିଜି ଗୁରୁତ୍ବାରୋପ କରିଛନ୍ତି। ମାଓବାଦୀମାନେ ହିଂସା ପଥ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଡିଜି ସମସ୍ତ ମାଓବାଦୀମାନଙ୍କୁ ଆହ୍ବାନ ଜଣାଇଛନ୍ତି। 

ବୈଠକରେ ଆଇଜି (ଅପରେସନ) ଜୟନାରାୟଣ ପଙ୍କଜ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ଡିଆଇଜି (ଏସ୍‌ଆଇଡବ୍ଲ୍ୟୁ) କନୱର ବିଶାଲ ସିଂ, ବୌଦ୍ଧ ଏସ୍‌ପି ନଟରାଜ ଦେବରକୁଣ୍ଡା, କନ୍ଧମାଳ ଏସ୍‌ପି ହରିଶ ବିସି, କଳାହାଣ୍ଡି ଏସ୍‌ପି ଅଭିଳାଷ ଜୀ., ଏସ୍‌ଓଜି ମୁଖ୍ୟ କମାଣ୍ଡାଣ୍ଟ ଏକେ ସରକାର, ବିଏସ୍‌ଏଫ୍‌ ଏବଂ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟମାନେ ଉପସ୍ଥିତ ଥିଲେ। ଗତକାଲି ଡିଜିପି ଶ୍ରୀ ଖୁରାନିଆ ଏବଂ ସମସ୍ତ ଅଧିକାରୀ କନ୍ଧମାଳ ଜିଲ୍ଲାର ମାଓପ୍ରବଣ ଅଞ୍ଚଳ ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା, ଖମନଖୋଲ, କୁର୍ତ୍ତମଗଡ଼, ସୁଡ଼୍ରା ଏବଂ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସିଆର୍‌ପିଏଫ୍‌ କ୍ୟାମ୍ପ ପରିଦର୍ଶନ କରିଥିଲେ। ସେସବୁ ଅଞ୍ଚଳରେ ମାଓ ବିରୋଧୀ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ। ଜିଲ୍ଲାରେ ଗଞ୍ଜେଇ ଚାଷକୁ କିଭଳି ରୋକାଯାଇ ପାରିବ ସେ ନେଇ ଡିଜି ଶ୍ରୀ ଖୁରାନିଆ ସମସ୍ତ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe