୨୯ ବର୍ଷ ପରେ ବଣ୍ଡାଘାଟି ଗସ୍ତ କଲେ ଡିଜିପି; ମାଓ ଦମନ ନେଇ ବିଏସ୍‌ଏଫ୍‌ ସହ ରୁଦ୍ଧଦ୍ବାର ବୈଠକ

Advertisment

ବଣ୍ଡା ମହିଳାଙ୍କ ସହ ଆଲୋଚନା

ବଣ୍ଡା ମହିଳାଙ୍କ ସହ ଆଲୋଚନା

୨୯ ବର୍ଷ ପରେ ବଣ୍ଡାଘାଟି ଗସ୍ତ କଲେ ଡିଜିପି; ମାଓ ଦମନ ନେଇ ବିଏସ୍‌ଏଫ୍‌ ସହ ରୁଦ୍ଧଦ୍ବାର ବୈଠକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗସ୍ତରେ ଆଜି ପୁଲିସ ଡିଜି ଅଭୟ ପହଞ୍ଚିଥିଲେ। ଡିଜିପି ଅଭୟଙ୍କୁ ବଣ୍ଡା ମହିଳା ମାନେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଆଜି ବଣ୍ଡାଘାଟି ଗସ୍ତ କରି ମାଓ ସମୀକ୍ଷା କରିଥିଲେ। ପ୍ରାୟ ଦିନ ୧୨ଟା ବେଳେ ଡିଜିପି ଅଭୟ ବଣ୍ଡାଘାଟିର ମୁଦୁଲିପଡା ଠାରେ ପହଞ୍ଚି ଏଠାରେ ଅବସ୍ଥାପିତ ଦୁଇଟି ବିଏସଏଫ କ୍ୟାମ୍ପର ଅଧିକାରୀଙ୍କ ସହ ରୁଦ୍ଧଦ୍ବାର ବୈଠକରେ ଯୋଗ ଦେଇଥିଲେ। ବଣ୍ଡାଘଆଟିରେ ନକ୍ସଲଙ୍କର ପତିଆରା ଧିରେ ଧିରେ ବଢୁଥିବାରୁ ଏହାକୁ ରୋକିବା ପାଇଁ ଦୀର୍ଘ ସମୟ ଧରି ବିଏସ୍ଏ‌ଫର ଅଧିକାରୀ, ପୁଲିସ ମିଳିତ ଭାବେ ରଣନୀତି ପ୍ରସ୍ତୁତ କରିଥିଲେ। ବଣ୍ଡାଘାଟିରେ ଏକ ମାସ ମଧ୍ୟରେ ମୁଦୁଲିପଡା ଏବଂ ଅଣ୍ଡ୍ରାହାଲ ଠାରେ ଦୁଇଟି ବିଏସ୍ଏ‌ଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ନକ୍ସଲଙ୍କ ଗତିବିଧି ଏଠାରେ ଏକ ପ୍ରକାର କମିଯାଇଛି।

ଡିଜି ଅଭୟ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ ସେ ଗତ ୧୯୯୨ ମସିହାରେ ମାଲକାନଗିରିରେ ଏସପି ଥିବା ସମୟରେ ସେ ବଣ୍ଡାଘାଟିକୁ ଗସ୍ତ କରିଥିଲେ। ଏବେ ସେ ୨୯ ବର୍ଷ ପରେ ସେ ବଣ୍ଡାଘାଟିକୁ ଆସିଥିବା କହିଥିଲେ। ସରକାର ବଣ୍ଡାଘାଟି ଏବଂ ସ୍ବାଭିମାନ ଅଂଚଳର ବିକାଶ ନେଇ ଜୋରସୋରରେ ଉଦ୍ୟମ ଜାରି ରଖିଥିବା କହିଥିଲେ।

publive-image Sambad

ରାସ୍ତା, ପାନୀୟ ଜଳ, ସ୍ବାସ୍ଥ୍ୟ ଏବଂ ଶିକ୍ଷା ଉପରେ ସରକାର ଗୁରୁତ୍ବ ଦେଇ ଆସିଥିବା କହିଥିଲେ। ନକ୍ସଲ ବିକାଶ ପଥରେ ବାଧା ନସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ। ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ଏବଂ ବାକି ଜୀବନ ସୁଖରେ କାଟନ୍ତୁ ବୋଲି ଆହ୍ବାନ ଦେଇଥିଲେ। ଜିଡିପିଙ୍କ ଏହି ଗସ୍ତ ଏହି ଅଂଚଳ ପାଇଁ ଏକ ଶୁଭଙ୍କର ବୋଲି କୁହାଯାଇଛି। ପୁଲିସ ଏବଂ ବିଏସ୍ଏ‌ଫ ମିଳିତ ଭାବେ ସଂପୂର୍ଣ୍ଣ ବଣ୍ଡାଘାଟିକୁ ଘେରି ରହିଛନ୍ତି। କୌଣସି ହଲଚଲ ହେଲେ ନକ୍ସଲଙ୍କର କ୍ଷତି ହେବ ବୋଲି କୁହାଯାଇଛି। ଜିଡିପି ଅଭୟ ବଣ୍ଡା ମହିଳାଙ୍କ ସହ ଆଲୋଚନା କରିଥିଲେ। ବଣ୍ଡା ସଂପ୍ରଦାୟର ଲୋକମାନଙ୍କୁ ଅଭୟ ସାଢୀ, ଲୁଙ୍ଗି, ଦୈନନ୍ଦିନ ସାମଗ୍ରୀ ସମେତ ଯୁବକମାନଙ୍କ ପାଇଁ ଖେଳ ସାମଗ୍ରୀ ଏବଂ ପିଲାମାନଙ୍କ ପାଇଁ ବହିପତ୍ର ପ୍ରଦାନ କରିଥିଲେ।

ଏହି ଗସ୍ତ ନକ୍ସଲ ଦମନ ପାଇଁ ଏକ ବଡ ଗସ୍ତ ବୋଲି କୁହାଯାଇଛି। ମାଲକାନଗିରି ଜିଲ୍ଲାରେ ନକ୍ସଲ ଦମନ କ୍ଷେତ୍ରରେ ଡିଜିପିଙ୍କ ପ୍ରମୁଖ ଭୁମିକା ରହିଛି। ସେ ବାରମ୍ବାର ଜିଲ୍ଲାରେ ନକ୍ସଲ ଗିତିବିଧି ଉପରେ ଜିଲ୍ଲା ପୁଲିସ ସହ ଆଲୋଚନା କରୁଥିବା ଜଣାପଡିଛି। ଏହି ଗସ୍ତ ବେଳେ ଜିଡିପିଙ୍କ ସହ ଏସ୍ଓ‌ଜି କମାଣ୍ଡାଣ୍ଟ, ଆଇଜି ଅପରେସନ,ଏସପି ରିଶିକେଷ ଖିଲାରୀ, ବିଏସ୍ଏ‌ଫ କମାଣ୍ଡାଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe